ସିବିଆଇକୁ ଆନ୍ଧ୍ର ମନା: ମମତା କଲେ ସମର୍ଥନ

0

ହାଇଦ୍ରାବାଦ: ସିବିଆଇ ଏଣିକି ଆନ୍ଧ୍ରର କୌଣସି ମାମଲାର ତଦନ୍ତ କରି ପାରିବ ନାହିଁ। ଆନ୍ଧ୍ର ସରକାର ଦିଲ୍ଲୀ ସ୍ୱତନ୍ତ୍ର ପୁଲିସ ପ୍ରତିଷ୍ଠାନର ସଦସ୍ୟଙ୍କୁ ଆଇନ ଶୃଙ୍ଖଳା ରକ୍ଷା ନିମନ୍ତେ ଦେଇଥିବା ସ୍ବୀକୃତିକୁ ଫେରାଇ ନେଇଛନ୍ତି। ଏହା ଦ୍ୱାରା ସିବିଆଇ ଏଣିକି ଆଉ ଆନ୍ଧ୍ରର କୌଣସି ମାମଲାରେ ହସ୍ତକ୍ଷେପ କରି ପାରିବ ନାହିଁ।
ଆନ୍ଧ୍ର ସରକାରଙ୍କ ଦ୍ୱାରା ନିଆଯାଇ ଥିବା ଏଭଳି ନିଷ୍ପତ୍ତି ପୁଣି ଥରେ କେନ୍ଦ୍ର ଓ ରାଜ୍ୟକୁ ମୁହାଁମୁହିଁ ପରିସ୍ଥିତିର ସମ୍ମୁଖୀନ କରିଛି। ଆନ୍ଧ୍ର ସରକାରଙ୍କ ଏହି ଅଧିସୂଚନା ପରେ ସିବିଆଇ କୌଣସି କାର୍ଯ୍ୟ ପାଇଁ ଆନ୍ଧ୍ରରେ ପ୍ରବେଶ ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିବ।  ସିବିଆଇ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ଆରୋପ ପ୍ରତ୍ୟାରୋପକୁ ନେଇ ଉପୁଜିଥିବା ବିବାଦକୁ ଏହାର କାରଣ ଭାବେ ରାଜ୍ୟ ସରକାର ଦର୍ଶାଇଛନ୍ତି। ଆନ୍ଧ୍ର ସରକାର ସିବିଆଇ ଦୁର୍ନୀତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ରାଜ୍ୟ ସରକାର ଅତିରିକ୍ତ ତଦନ୍ତ ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାନ ଉପରେ ଭରସା କରୁ ନାହାନ୍ତି ବୋଲି ପ୍ରକାଶ କରିଛନ୍ତି।
ଆନ୍ଧ୍ରର ନିଷ୍ପତ୍ତି ଆଗାମୀ ଦିନରେ ରାଜ୍ୟ ଓ କେନ୍ଦ୍ରର ସମ୍ପର୍କରେ ଅଧିକ ତିକ୍ତତା ଆଣିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ଏଣିକି ଆନ୍ଧ୍ର ସୀମା ମଧ୍ୟରେ ବଡ଼ବଡ଼ ଦୁର୍ନୀତିର ତଦନ୍ତ ରାଜ୍ୟ ସରକାରଙ୍କ ପରିଚାଳିତ (ଏସିବି) ଆନ୍ଧ୍ରପ୍ରଦେଶ ଭ୍ରଷ୍ଟାଚାର ବିରୋଧୀ ବ୍ୟୁରୋ ଦ୍ୱାରା କରାଯିବ। ଏପରିକି ଏସିବି ରାଜ୍ୟ ମଧ୍ୟରେ ଥିବ ଯେକୌଣସି କେନ୍ଦ୍ର କାର୍ଯ୍ୟାଳୟ ଉପରେ ଚଢଉ କରି ପାରିବ।

ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଉପରୋକ୍ତ ନିଷ୍ପତ୍ତିକୁ ଖୋଲାଖୋଲି ଭାବେ ମସର୍ଥନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଗାମୀ ଦିନରେ ମମତା ମଧ୍ୟ ଆନ୍ଧ୍ରର ପଥାଙ୍କ ଅନୁସରଣ କରିବ ବୋଲି ମମତା ଘୋଷଣା କରିଛନ୍ତି।

Leave A Reply