ନନ୍ଦନକାନନ ୫୯ତମ ପ୍ରତିଷ୍ଠା ଦିବସ; ଆସିବେ ଆନାକୋଣ୍ଡା ଓ ଜିରାଫ

0

ଭୁବନେଶ୍ବର: ଶନିବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୫୯ତମ ପ୍ରତିଷ୍ଠା ଦିବସ ଅବସରରେ ସ୍ବତନ୍ତ୍ର ଆୟୋଜନ କରାଯାଇଛି । ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରତିଷ୍ଠା ଦିବସର ପାଳନ କରାଯିବା ସହ ମନ୍ତ୍ରୀ ଶ୍ରୀ ବିଜୟଶ୍ରୀ ରାଉତରାୟ ଶାଗୁଣା ସଂରକ୍ଷଣ ଓ ପ୍ରଜନନ କେନ୍ଦ୍ରକୁ ଉଦଘାଟନ କରିଥିଲେ । ଏହି ଅବସରରେ ୪୦ ହଜାର ପର୍ଯ୍ୟଟକଙ୍କ ଭିଡ ଜମିଥିଲା ।

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନବକଳେବର ହେବ । ନନ୍ଦନକାନନର ପରିସୀମା ୪୩୭ ଏକରରୁ ୧ ହଜାର ଏକରକୁ ବୃଦ୍ଧି କରାଯିବ । ଏହା ସହ ପ୍ରବେଶ, ପ୍ରସ୍ଥାନ ଗେଟ୍ ମଧ୍ୟ ବଦଳିବ ଓ ମଲ୍ଟି ଲେୟର ପାର୍କିଂ ବ୍ୟବସ୍ଥା ହେବ । ନନ୍ଦନକାନନରୁ ବାରଙ୍ଗ ଷ୍ଟେସନ ପର୍ୟ୍ୟନ୍ତ ରାସ୍ତାର ଆଲୋକୀକରଣ କରାଯିବ । ଏହା ସହ ୨ ମାସ ଭିତରେ ମାଡ୍ରାସରୁ ଓରାଙ୍ଗଓଟାନ୍, ଜେବ୍ରା, ଜିରାଫ ଓ ଆନାକୋଣ୍ଡା ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯିବ । ଗ୍ୱାଲିୟରରୁ ମଧ୍ୟ ୧୨ଟି ଶାଗୁଣା ଅଣାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି ।

Leave A Reply