ସାବଧାନ! ଏମାନଙ୍କୁ କରନ୍ତୁ ନାହିଁ ନମସ୍କାର

0

ଭାରତୀୟ ସଂସ୍କୃତିରେ ନମସ୍କାରର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଏହା ମନରେ ସକରାତ୍ମକ ଭାବନା ଜାତ କରିଥାଏ। ଆମ ସଂସ୍କୃତିରେ ସାଧାରଣତଃ ଛୋଟମାନେ ବଡମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ନମସ୍କାର କରିଥା’ନ୍ତି। କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ନମସ୍କାର ଗ୍ରହଣୀୟ ହୋଇନଥାଏ। ତେବେ ଆସନ୍ତୁ ଜାଣିବା କେଉଁମାନଙ୍କୁ ନମସ୍କାର କରିବା ଅନୁଚିତ।

-ଦେବ ପୂଜା କରୁଥିବା ବ୍ୟକ୍ତିଙ୍କୁ ନମସ୍କାର କରିବା ଅନୁଚିତ।
-ମନ୍ଦିର ମଧ୍ୟରେ ଥିବା ପୂଜକଙ୍କୁ ନମସ୍କାର କରନ୍ତୁ ନାହିଁ।
-ଶୌଚ ଯାଉଥିବା ବା ଶୌଚରୁ ଫେରୁଥିବା ବ୍ୟକ୍ତିଙ୍କୁ ନମସ୍କାର କରିବା ଅନୁଚିତ।
-ବେଦ, ଗୀତା, ଚଣ୍ଡି ଓ ଗାୟତ୍ରୀ ପାଠ କରୁଥିବା ସମୟରେ ନମସ୍କାର କରିବାକୁ ବାରଣ କରାଯାଇଛି।
-ଭୋଜନ କରୁଥିବା ସମୟରେ ନମସ୍କାର କରିବା ଉଚିତ ନୁହେଁ।
-ରୋଗଶଯ୍ୟାରେ ପଡ଼ିଥିବା ବ୍ୟକ୍ତିଙ୍କୁ ନମସ୍କାର କରିବା ଅନୁଚିତ।
-ମନ୍ଦିର ଭିତରେ ଗୁରୁଜନ ମାନଙ୍କୁ ନମସ୍କାର କରନ୍ତୁ ନାହିଁ।
-ସ୍ନାନ କରୁଥିବା କିମ୍ବା ଜଳ ମଧ୍ୟରେ ଥାଇ ତର୍ପଣ କରୁଥିବା ବ୍ୟକ୍ତିଙ୍କୁ ନମସ୍କାର କରିବା ଅନୁଚିତ।

ପଦ୍ମପୁରାଣ ମତ ଅନୁଯାୟୀ , ଏହି ସମସ୍ତ ସ୍ଥାନରେ ନମସ୍କାର କଲେ ଦେବତାମାନେ ଅଭିଶାପ ଦେଇଥା’ନ୍ତି।

Leave A Reply