ନାଲକୋ: ସଫଳତାର ପ୍ରତୀକ

0

ଏବେ ଆଲୁମିନିୟନରେ ହେବ ରେଳ ଡବା, ରେଳ କର୍ତ୍ତୃପକ୍ଷଙ୍କ ସହ ନାଲକୋର କଥାବାର୍ତ୍ତା

ଜାତୀୟ ଆଲୁମିନିୟମ ପଲିସି ପ୍ରସ୍ତୁତି ଏବେ ନାଲକୋ ଦାୟିତ୍ୱରେ

ନୂଆ ବ୍ୟବସାୟ ମଡେଲ ଯୋଗୁଁ ପ୍ରଥମ ୬ମାସରେ ଲାଭାଂଶ ବୃଦ୍ଧି

ଆଲୁମିନିୟମ ଓ ଆଲୁମିନା କ୍ଷେତ୍ରରେ ସାରା ବିଶ୍ୱରେ ଭାରତର ଉପସ୍ଥିତିକୁ ନାଲକୋ (ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌) ସୁଦୃଢ  କରିଛି । ଏହାର ଅଧ୍ୟକ୍ଷ ଓ  ପ୍ରବନ୍ଧ ନିର୍ଦ୍ଦେଶକ ଡକ୍ଟର ତପନ ଚାନ୍ଦଙ୍କ ଅନୁସାରେ ସରକାରଙ୍କ ଦୃଢ ଆର୍ଥିକ ନୀତି ଓ   ରପ୍ତାନୀ କ୍ଷେତ୍ରରେ ସୁଧାର ଆସିଥିବା ଯୋଗୁଁ ନବରତ୍ନ କମ୍ପାନୀ ନାଲକୋର ଲାଭାଂଶ ବୃଦ୍ଧି ହୋଇଛି ।ଏହାସହ ନାଲକୋ ସଫଳତା ପରେ ସଫଳତା ହାସଲ କରୁଛି । ଆଲୁମିନୟମକୁ ଡକ୍ଟର ଚାନ୍ଦ ଭବିଷ୍ୟତର ଧାତୁର ଆଖ୍ୟା ପ୍ରଦାନ କରିଛନ୍ତି । ସାରା ବିଶ୍ୱରେ ଆଲୁମିନିୟନର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି ।  ଏହାର ଚାହିଦା ବୃଦ୍ଧି ପାଉଥିବାରୁ ଉତ୍ପାଦନ ବୃଦ୍ଧିର ଆବଶ୍ୟକତା ଅଛି ବୋଲି ଡକ୍ଟର ଚାନ୍ଦ ସୂଚନା ଦେଇଛନ୍ତି । ଏବେ ରେଳରେ ଆଲୁମିନୟମର ବ୍ୟବହାର ବୃଦ୍ଧି ପାଇଛି । ମେଟ୍ରୋ ଟ୍ରେନ ସହ ଅନେକ ଦୃତଗତି ଟ୍ରେନର ଡବାରୁ ଆଲୁମିନିୟମରେ ତିଆରି କରାଯାଉଛି । ଆଗକୁ ରେଳଗାଡିମାନଙ୍କର ବଗିକୁ ଆଲୁମିନିୟନରେ ତିଆରି କରିବା ପାଇଁ ରେଳବେର୍ଡ ସହ ନାଲକୋର ଆଲୋଚନା ହୋଇଛି ।   ରେଳ ବିଭାଗ ଏଥିପାଇଁ ସହମତି ପ୍ରକାଶ କରିଛି । ଅଧ୍ୟକାଶଂ ଯନ୍ତ୍ରପାତି ଓ ଯାନବାହାନରେ ଏବେ ଆଲୁମିନିୟମର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି ।         ଆଗାମୀ ୧୦ ବର୍ଷ ମଧ୍ୟରେ ଆଲୁମିନିୟମର ଚାହିଦା ୧୦ ମିଲିୟନ ଟନ ହୋଇଯିବ ବୋଲି ଡକ୍ଟର ଚାନ୍ଦ ସୂଚନା  ଦେଇଛନ୍ତି ।  ଏଥିପାଇଁ ଦେଶରେ ଆଲୁମିନିୟମ ନୀତି ପ୍ରସ୍ତୁତ କରିବା ପାଇଁ ସେ  ଜୋର ଦେଇଛନ୍ତି । ସରକାର ବି ଏଥିରେ ସହମତି ପ୍ରକାଶ କରି ଏହାର ଦାୟିତ୍ୱ ତାଙ୍କୁ ପ୍ରଦାନ କରିଛନ୍ତି ।  ଗତ ତିନି ବର୍ଷ ମଧ୍ୟରେ ନାଲକୋର ଉତ୍ପାଦନ, ଲାଭ ଓ ଅଭିବୃଦ୍ଧି ବେଶ ଉଲ୍ଲେଖନୀୟ ରହିଛି । ଏହି କାରଣରୁ ଭାରତ ସରକାରଙ୍କର ଖଣି ବିଭାଗର ସଚିବ ତାଙ୍କୁ ଉତ୍କୃଷ୍ଟତା ସମ୍ମାନ ପ୍ରଦାନ କରିଛନ୍ତି । ଏହି ପୁରସ୍କାର ପ୍ରଦାନ ଉତ୍ସବରେ ଦେଶର ଜଣାଶୁଣା ଉଦ୍ୟୋଗପତି ଉପସ୍ଥିତ ଥିଲେ ।

 

କଟକରେ ଏକ ଉତ୍ସବରେ ଡକ୍ଟର ତପନ ଚାନ୍ଦ ଅଂଶ ଗ୍ରହଣ କରିବା ପରେ ସମାଜ କାର୍ଯ୍ୟାଳୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପଦ୍ମଭୂଷଣ ରାଧାନାଥ ରଥ ଓ ବିଶ୍ୱନାଥ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରେ ସେ ସମାଜର ଓ୍ୱେବପୋର୍ଟାଲ ସମାଜଲାଇଭ.ଇନକୁ ନିଜର ସାକ୍ଷାତକାର ପ୍ରଦାନ କରିଥିଲେ ।

ଏହି ସାକ୍ଷାତକାରର ମୁଖ୍ୟାଂଶ

ପ୍ରଶ୍ନ ଚଳିତ ଆର୍ଥିକ ବର୍ଷର ପ୍ରଥମ ଛ ମାସରେ ନାଲକୋର ୪୨ ପ୍ରତିଶତ ଅଭିବୃଦ୍ଧି ଘଟିଛି । କମ୍ପାନୀର ନେଟ୍‌ ଲାଭାଂଶ ବି ବଢିଛି । ଏହି ସଫଳତାର ଶ୍ରେୟ କାହାକୁ ପ୍ରଦାନ କରିବେ ?

ଉତ୍ତର – ବର୍ତ୍ତମାନ ନାଲୋକର ସଫଳତା ଆରମ୍ଭ ହୋଇଛି । ଏହି ଶ୍ରେୟ ସମ୍ପୂର୍ଣ୍ଣ ଭାବରେ ନାଲକୋ ଟିମ୍‌ର । ନାଲକୋ ୧୧୦୨ କୋଟି ଟଙ୍କାର ରେକର୍ଡ ଲାଭାଂଶ ଘୋଷଣା କରିଛି । ଏଥିଯୋଗୁଁ ସେୟାର ମାର୍କେଟରେ ସକରାତ୍ମକ ପ୍ରତିକ୍ରିୟା ସୃଷ୍ଟି କରିଛି । ୨୦୧୭-୧୮ ଆର୍ଥିକ ବର୍ଷରେ କମ୍ପାନୀର ଲାଭ ଗତ ବର୍ଷର ୬୬୯ କୋଟି ଟଙ୍କା ଥିବା ବେଳେ ଏହା ବୃଦ୍ଧି ପାଇ ୧୩୪୨ କୋଟି ଟଙ୍କାରେ ପହଞ୍ଚିଛି । ଏହା ଗତ ୧୦ ବର୍ଷର ସର୍ବାଧିକ । ନାଲକୋର ବ୍ୟବସାୟ ୨୬ ପ୍ରତିଶତ ବୃଦ୍ଧି ପାଇ ୯୩୭୬ କୋଟି ଟଙ୍କାରେ ପହଞ୍ଚିଛି । ରପ୍ତାନୀରେ ଆୟ ୧୨ ପ୍ରତିଶତ ବୃଦ୍ଧି ପାଇ ୪୦୭୬ କୋଟି ଟଙ୍କାରେ ପହଞ୍ଚିଛି ।

ପ୍ରଶ୍ନ –  ଟିମ୍‌ ନାଲକୋ  ସହ ଏହି ସଫଳତାର ଶ୍ରେୟ ନାଲକୋର ନୂଆ ବ୍ୟବସାୟ ମଡେଲ୍‌କୁ ବି ଯାଉଛି !

ଉତ୍ତର – ହଁ ଏହି କଥା ବି ସତ । ନୂଆ ବ୍ୟବସାୟ ମଡେଲ୍‌ ଯୋଗୁଁ କମ୍ପାନୀ ବିକାଶ ପଥରେ ଅଗ୍ରସର ହେଉଛି । ଏହାର ପରିଣାମ ମିଳିବା ଆରମ୍ଭ ହେଲାଣି । କମ୍ପାନୀ ଆପଣେଇଥିବା ବିକାଶମୂଳକ ପଦକ୍ଷେପ ଯୋଗୁଁ ଅଂଶଧନ ଧାରକମାନଙ୍କୁ ଦିଆଯାଇଥିବା ପ୍ରତିଶୃତି ସ୍ୱରୂପ ରେକର୍ଡ ଲାଭାଂଶ  ପ୍ରଦାନ କରାଯାଇଛି । ୨୦୧୮-୧୯ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରିମାସର ରିପୋର୍ଟ ଅନୁସାରେ କମ୍ପାନୀର ଲାଭାଂଶ ଅତି  ଉତ୍ସାହଜନକ ।

ପ୍ରଶ୍ନ –  ଅନ୍ତର୍ଜାତୀୟ ବଜାରରେ ଆମେରିକାରର ପ୍ରତିବନ୍ଧକର ପ୍ରଭାବ ନାଲକୋ ଉପରେ ପଡିଛି କି ?

ଉତ୍ତର –  ଆମେରିକାର କେତକ ଉଦ୍ୟୋଗ ଉପରେ ପ୍ରତିବନ୍ଧକ ଯୋଗୁଁ ଅନ୍ତର୍ଜାତୀୟ ବଜାରର ଅସ୍ଥିରତା ଦେଖାଦେଇଥିଲା । ମାତ୍ର ନାଲୋକ ଉପରେ ଏହାର ପ୍ରଭାବ ପଡି ନାହିଁ । ନାଲକୋ ପାଖରେ ଥିବା ସାଧନ ଓ ବଜାରରେ ଥିବା ବିଭିନ୍ନ ଅବସରକୁ ନଲକୋ ଠିକ୍‌  ଭାବେ ଉପଯୋଗ କରିଛି । ଏହାର ଲାଭ କମ୍ପାନୀକୁ ମିଳିଛି । ବ୍ୟବସାୟରେ ଆଖିଦୃଶିଆ ଅଭିବୃଦ୍ଧି ଘଟିଛି ।

ପ୍ରଶ୍ନ- ଆପଣ ଆଲୁମିନିୟ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ଅଛନ୍ତି । ଆଲୁମିନିୟମକୁ ଭବିଷ୍ୟତର ଧାତୁ ବୋଲି କହୁଛନ୍ତି । ଆପଣଙ୍କୁ ଲାଗୁଛି କି ସମୟ ଆସିଯାଇଛି ସରକାର ଆଲୁମିନିୟମ ଉପରେ ଏକ ସଶକ୍ତ ନୀତି ନିର୍ଦ୍ଧାରଣ କରନ୍ତୁ ।

ଉତ୍ତର – ଏହି କଥା ମୁଁ ବି ସରକାରଙ୍କ ନିକଟରେ ଉପସ୍ଥାପିତ କରିଥିଲେ । ସରକାର ବି ଅନୁଭବ କରିଛନ୍ତି ଏହା ଉପରେ ଏକ ନୀତି ହେବାର ଆବଶ୍ୟକତା ରହିଛି ।ଏଥିପାଇଁ ଜାତୀୟ ଆଲୁମିନିୟମ ପଲିସି ଡ୍ରାଫ୍ଟ(ଢାଞ୍ଚା ପ୍ରସ୍ତୁତ) କରିବା ଦାୟିତ୍ୱ ନାଲକୋକୁ ପ୍ରଦାନ କରିଛନ୍ତି । ପଲିସିକୁ ପ୍ରସ୍ତୁତ କରିବା କମିଟିର ନେତୃତ୍ୱ ମୁଁ କରୁଛି ।

ପ୍ରଶ୍ନ- ବିଦେଶରେ ଖଣି ଉତ୍ତୋଳନ କରିବା ପାଇଁ ନାଲକୋର କୌଣସି ଯୋଜନ ରହିଛି କି?

ଉତ୍ତର –  ବିଦେଶରେ କାମ କରିବା ପାଇଁ ଏକ ଖଣିଜ ବିଦେଶ କମ୍ପାନୀ ପ୍ରସ୍ତୁତ କରାଯାଇଛି । ଏହାର ସିଏମ୍‌ଡି ନାଲକୋର ସିଏମ୍‌ଡି ଅଛନ୍ତି । ଏଥିରେ ହିନ୍ଦୁସ୍ଥାନ କପର ଓ ବେଦାନ୍ତ  ପରି କମ୍ପାନୀ ଅଛନ୍ତି । ଏଥିଯୋଗୁଁ ଭାରତ ଆଲୁମିନିୟମ ଓ ଆଲୁମିନା କ୍ଷେତ୍ରରେ ସାରା ବିଶ୍ୱର ଆହୁରି  ଭଲ ପ୍ରଦର୍ଶନ କରିପାରିବ । ଖୁସୀର କଥା ବଜାରରେ ଉତ୍କୃଷ୍ଟତା ପ୍ରଦର୍ଶନ କରିବାରେ ନାଲୋକ ବେଶ୍‌ ଆଗରେ ରହିଛି ।

ପ୍ରଶ୍ନ –  ଆଲୁମିନିୟନର ରେଳଗାଡି ନିର୍ମାଣ ପାଇଁ ରେଳ ବୋର୍ଡ ସହ ନାଲକୋର ରାଜିନାମା ସ୍ୱାକ୍ଷରିତ ହୋଇଛି । ଏ ବିଷୟରେ ବିସ୍ତୃତ ଭାବେ ସୂଚନା ଦେବେ ।

 

ଉତ୍ତର – ଉଭୟ ବେଗ  ଓ ଦୀର୍ଘସ୍ଥାୟୀ ଭାବେ ଆଲୁମିନିୟର ବିକଳ୍ପ  ନାହିଁ । ରେଳ କୋଚ୍‌  ପ୍ରସ୍ତୁତ କରିବା ପାଇଁ ରେଳ ବିଭାଗ   ସହ କଥାବାର୍ତ୍ତା ହୋଇଛି । ବିଦେଶରେ ଏହାର ପ୍ରୟୋଗ ହୋଇଛି । ଓଜନ କମ୍‌ ହେବା ଯୋଗୁଁ ଗତି ବି ବୃଦ୍ଧି ପାଇଛି । ଏଥିପାଇଁ ରେଳ ବିଭାଗ ଆଲିମିନିୟମ ବଗି ପସ୍ତୁତ କରିବା ବିଷୟରେ ଚିନ୍ତା କରୁଛି। ଏ ବିଷୟରେ ରେଳ ବିଭାଗ ସହ ଆଲୋଚନା ହୋଇଛି । ବୁଲେଟ ଟ୍ରେନରେ ବହୁଳ ଭାବେ ଆଲୁମିନିୟମର ବ୍ୟବହାର କରାଯାଉଛି ।

ପ୍ରଶ୍ନ – ଏବେ ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ହୋଇଥିବା ଅନ୍ତର୍ଜାତୀୟ ସମ୍ମିଳନୀରେ ଆପଣ ଯୋଗ ଦେଇଥିଲେ । ଏଥିରେ ଭାରତର ପ୍ରଭାବ କ’ଣ । ଏହା ବ୍ୟତୀତ ମେକ୍‌ ଇନ୍‌ ଓଡିଶା ୨୦୧୮ରେ ଓଡ଼ିଶାର ବିକାଶ ଅଧିକ ହୋଇ ପାରିବ ।

ଉତ୍ତର – ଭାରତ ଏବେ ବିଶ୍ୱର ଏକ ବଡ ବଜାର । ଅନ୍ୟ ଦେଶର ଧ୍ୟାନ ଏବେ ଭାରତର ୧୨୫ କୋଟି ଜନ ସଂଖ୍ୟା ଉପରେ । କାରଣ ଏହା ଏକ ବଡ ଉପଭୋକ୍ତା ମାର୍କେଟ ସୃଷ୍ଟି କରିଛି । ମେକ୍‌ଇନ୍‌ ଇଣ୍ଡିଆ ଅନେକ ସୁଯୋଗ ସୃଷ୍ଟି କରିଛି ।

ଓଡ଼ିଶା ପୁରୀ ଜଗନ୍ନାଥଙ୍କ ଯୋଗୁଁ ପ୍ରସିଦ୍ଧି ଲାଭ କରିଛି । ମେକ୍‌ ଇନ୍ ଓଡ଼ିଶା ଯୋଗୁଁ ରାଜ୍ୟରେ ଅନେକ ସମ୍ଭାବନା  ସୃଷ୍ଟି ହୋଇଛି । ଏଠାରେ ନୂଆ ଶିଳ୍ପ ସଂସ୍ଥା ହେଲେ ଯୁବପୀଢ଼ିଙ୍କୁ ନିଯୁକ୍ତିର ସୁଯୋଗ ମିଳିବ । ମେକ ଇନ୍‌ ଓଡ଼ିଶା କଥା କହିଲେ ଓଡ଼ିଶାକୁ ଆହୁରି ପ୍ରସ୍ତୁତି କରିବାର ଆବଶ୍ୟକତା ରହିଛି । ବିଭିନ୍ନ ଉଦ୍ୟୋଗ ସହ ଏମ୍‌ଓୟୁ (ବୁଝାମଣା ପତ୍ର) ସ୍ୱାକ୍ଷରିତ ହେବା ପରେ କୋଟି କୋଟି ଟଙ୍କାର ନିବେଶର ସୁଯୋଗ ସୃଷ୍ଟି ହେବ । ଜିଲାର ପ୍ରଶାସନିକ ସ୍ତରରେ ଅଳ୍ପ ସୁଧାରର ଆବଶ୍ୟକତା ରହିଛି । ଓଡ଼ିଶାରେ ଏବେ ଅନେକ ସୁଧାର ଆସିଛି ।

ନାଲକୋର ଉତ୍ତମ ପ୍ରଦର୍ଶନ

ନାଲକୋର ଶୁଦ୍ଧ ଲାଭ(ନେଟ୍‌ ଲାଭ) ୩ ଗୁଣ ବୃଦ୍ଧି

ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ଏକ ନବରତ୍ନ ସାର୍ବଜନୀନ କ୍ଷେତ୍ର ଉପକ୍ରମ ଜାତୀୟ ଆଲୁମିନିୟମ କମ୍ପାନୀ ନାଲୋକେ  ପୁଣି ଥରେ ଆର୍ଥିକ କ୍ଷେତ୍ରରେ ଭଳ ପ୍ରଦର୍ଶନ କରିଛି । ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ କମ୍ପାନୀ ୫,୯୫୨ କୋଟି ଟଙ୍କାର କାରବାର କରିଛି ଯାହା ୨୦୧୭-୧୮ର ପ୍ରଥମ ୬ ମାସରେ କରାଯାଇଥିବା କାରବାର ତୁଳନାରେ ଶତକଡା ୪୨ ପ୍ରତିଶତ ଅଧିକ । କମ୍ପାନୀର ଶୁଦ୍ଧ ଲାଭ ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୨୨୯ ପ୍ରତିଶତର ଉତ୍ତମ ପ୍ରଗତି ଦର୍ଶାଇ ୧୧୯୭ କୋଟି ଟଙ୍କାରେ ପହଞ୍ଚିଛି, ଗତ ଆର୍ଥିକ ବର୍ଷ (୨୦୧୭-୧୮)ର ପ୍ରଥମ ୬ ମାସରେ କମ୍ପାନୀର ଶୁଦ୍ଧ ଲାଭ ୩୬୪ କୋଟି ଟଙ୍କା ଥିଲା ।

ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ନାଲକୋର ଶୁଦ୍ଧ ଲାଭ ପ୍ରାୟ ୩ ଗୁଣ ବୃଦ୍ଧି ପାଇଛି, ଅନ୍ୟପଟେ କମ୍ପାନୀର ପରିଚାଳନା ଲାଭ ଗତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ୩୩୪ କୋଟି ଟଙ୍କା ତୁଳନାରେ ଏହି ସମୟରେ ୪ ଗୁଣରୁ ଅଧିକ ବୃଦ୍ଧି ପାଇ ୧୬୨୪ କୋଟି ଟଙ୍କାରେ ପହଞ୍ଚିଛି ।

କମ୍ପାନୀର ଇବିଆଇଟିଡିଏ (ସୁଧ, କର, ମୂଲ୍ୟହ୍ରାସ ଏବଂ କରଜ ଆଦାୟ ପୂର୍ବ ଆୟ) ମାର୍ଜିନ ୧୭ ପ୍ରତିଶତରୁ ଦୁଇ ଗୁଣା ହୋଇ ୩୪ ପ୍ରତିଶତ ସ୍ତରରେ ପହଂଚିଛି । ଆଜି ଭୁବନେଶ୍ୱରରେ ଆୟୋଜିତ କମ୍ପାନୀର ନିର୍ଦ୍ଦେଶକ ମଣ୍ଡଳ ବୈଠକରେ ଆର୍ଥିକ ବର୍ଷ ୨୦୧୮-୧୯ର ଦ୍ୱିତୀୟ କ୍ୱାର୍ଟର ଏବଂ ପ୍ରଥମ ୬ ମାସର ଆର୍ଥିକ ପରିମାଣର ସମୀକ୍ଷା କରାଯାଇଛି । ନାଲକୋ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ କ୍ୱାର୍ଟରରେ ୫୧୦ କୋଟି ଟଙ୍କାର ଶୁଦ୍ଧ ଲାଭ ହାସଲ କରିଛି, ଯାହାକି ଗତ ଆର୍ଥିକ ବର୍ଷର ଦ୍ୱିତୀୟ କ୍ୱାର୍ଟରରେ ଅର୍ଜିତ କରାଯାଇଥିବା ୨୩୫ କୋଟି ଟଙ୍କାର ଶୁଦ୍ଧ ଲାଭ ତୁଳନାରେ ଦୁଇ ଗୁଣରୁ ମଧ୍ୟ ଅଧିକ । ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ କ୍ୱାର୍ଟରରେ କମ୍ପାନୀର ପରିଚାଳନା ଲାଭ ୨୨୯ ପ୍ରତିଶତ ବୃଦ୍ଧି ପାଇ ୭୩୫ କୋଟି ଟଙ୍କା ହୋଇଛି ଯାହାକି ଗତ ଆର୍ଥିକ ବର୍ଷର ଦ୍ୱିତୀୟ କ୍ୱାର୍ଟରର ୨୨୩ କୋଟି ଟଙ୍କାର ପରିଚାଳନା ଲାଭ ତୁଳନାରେ ୨୨୯ ପ୍ରତିଶତ ଅଧିକ ।

ଆମେରିକାର ବ୍ୟବସାୟିକ ପ୍ରତିବନ୍ଧକ ଆଦି କାରଣରୁ ଆଲୁମିନା ଏବଂ ଆଲୁମିନିୟମ ବଜାରରେ ଦ୍ରୂତ ଉନ୍ନତି-ଅବନ୍ନତି ଲାଗି ରହିବା ସତ୍ୱେ ନାଲକୋ ନୂତନ କାରବାର ଯୋଗୁଁ ଏହାର ପ୍ରଦର୍ଶନରେ ଉଲ୍ଲେଖନୀୟ ସୁଧାର ଆସିଛି । କମ୍ପାନୀର ନୂତନ ବ୍ୟବସାୟିକ ନୀତି ଯୋଗୁଁ ଦ୍ୱାରା ଗତ ଆର୍ଥିକ ବର୍ଷ ଅର୍ଥାତ ୨୦୧୭-୧୮ରେ ଏହାର ଶୁଦ୍ଧ ଲାଭ ଦୁଇଗୁଣ କରିବାରେ ସହାୟତା ମିଳିଛି । ଏହିପରି ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରରେ ଏଥିରେ ଆହୁରି ଅଧିକ ଉଲ୍ଲେଖନୀୟ ସୁଧାର ଦେଖାଯାଇଛି । ନାଲକୋ ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରରେ ୬୮୭ କୋଟି ଟଙ୍କାର ଶୁଦ୍ଧ ଲାଭ ହାସଲ କରିଛନ୍ତି, ଯେତେବେଳେ କି ୨୦୧୭-୧୮ର ପ୍ରଥମ କ୍ୱାର୍ଟରରେ କମ୍ପାନୀର ଶୁଦ୍ଧ ଲାଭ ୧୨୯ କୋଟିର ଥିଲା  । ନାଲକୋର ଦମଦାର ପ୍ରଦର୍ଶନର କ୍ରମ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଜାରି ରହିଛି । ନୂତନ କାରବାର ମଡେଲ ଅନ୍ତର୍ଗତ ବିଶିଷ୍ଟ ଉପଭୋଗରେ ହ୍ରାସ କରିବା, ନିବେଶରେ ହ୍ରାସ କରିବା, ଉତ୍ପାଦନ ବୃଦ୍ଧି ଇତ୍ୟାଦି ଉପରେ ନଜର ରହିଛି । ନାଲକୋ ଅଧ୍ୟକ୍ଷ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ (ସିଏମଡି) ଡକ୍ଟର ତପନ ଚାନ୍ଦଙ୍କ ନେତୃତ୍ୱରେ କମ୍ପାନୀର ସମର୍ପିତ ଏବଂ ଦୃଢ଼ ପ୍ରତିଜ୍ଞ ଟିମକୁ ୨୦୧୮-୧୯ର ସମ୍ପୂର୍ଣ୍ଣ ଆର୍ଥିକ ବର୍ଷରେ ରେକର୍ଡ କାରବାର କରିବା ଏବଂ ମୁନାଫା ଅଧିକ କରିବାର ଭରସା ରହିଛି ।

 

Leave A Reply