୩୫ ବର୍ଷପୂର୍ତ୍ତି ଅବସରରେ ନାଲକୋ ଥାନାକୁ ମିଳିଲା ଆଦର୍ଶ ଥାନାର ମାନ୍ୟତା

0

ନାଲକୋ : ଅନୁଗୋଳ ଜିଲାର ନାଲକୋ ଥାନା ସୋମବାର ଆଦର୍ଶ ଥାନାର ମାନ୍ୟତା ମିଳିଛି। ଏହି ମାନ୍ୟତାର ଶୁଭ ଉଦଘାଟନ କାର୍ୟ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଠାରେ ଭିଡ଼ିଓ କନଫରେନ୍ସ ଜରିଆରେ ଉଦଘାଟନ କରିଛନ୍ତି। ପୂର୍ବରୁ ନାଲକୋ ଥାନା ଟାଉନସିପ ଥାନା ଥିଲା , ତାହା ବର୍ତ୍ତମାନ ଆଦର୍ଶ ଥାନାର ମାନ୍ୟତା ପାଇଛି । ଏଥିରେ ଜିଲାପାଳ ଅନିଲ କୁମାର ସାମଲ, ଡିଆଇଜି ନରସିଂହ ଭୋଳ, ଆରକ୍ଷୀ ଅଧ୍ୟୀକ୍ଷକ ମିତ୍ରଭାନୁ ମହାପାତ୍ର ଓ ସାସଂଦ ତଥାଗତ ଶତପଥୀ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ଆଠମଲ୍ଲିକ ବିଧାୟକ ସଂଜୀବ ସାହୁ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ପାଲଲହାଡା ବିଧାୟକ ମହେଶ ସାହୁ, ସମସ୍ତ ଥାନା ଅଧିକାରୀ , ରାଜନେତା ଉପସ୍ଥିତ ଥିଲେ ।

Leave A Reply