ଶାଶୂଙ୍କୁ ତଣ୍ଟି ଚିପି ହତ୍ୟା କଲେ ଦୁଇ ବୋହୂ

0

ସୁଆଣ୍ଡୋ: ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ନୂଆସୋମେଶ୍ୱର ପୁର ପଞ୍ଚାୟତର ବସ୍ତପଡା ଗ୍ରାମରେ ଘଟିଥିବା ବହୁଚର୍ଚ୍ଚିତ ବିଧବା ମହିଳା ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି । ହତ୍ୟାକାଣ୍ଡରେ ସଂପୃକ୍ତ ଦୁଇ ବୋହୂଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ପାରିବାରିକ କଳହ ଓ ନିର୍ଯାତନା ଯୋଗୁଁ ହତ୍ୟାକାଣ୍ଡ ଘଟିଛି ବୋଲି ଅନୁମାନ କରାଯାଉଛି ।

ଘଟଣାରୁ ପ୍ରକାଶ ଯେ,  ସ୍ୱର୍ଗତ କାର୍ତ୍ତିକ ମହାରଣାଙ୍କ  ବଡ ପୁଅ ପରିବାର ସହିତ ବାହାରେ ରହୁଥିବା ବେଳେ ଅନ୍ୟ ଦୁଇ ପୁଅ ଓ ବୋହୂଙ୍କ ସହ ଶାଶୁ ସାବିତ୍ରୀ ମହାରଣା ( ୫୫ )  ରହୁଥିଲେ। ପାରିବାରିକ କଳହକୁ ନେଇ ବୋହୂ ସନ୍ଧ୍ୟାରାଣୀ ମହାରଣା ଓ ମାନସୀ ମହାରଣା ଶାଶୁଙ୍କର ତଣ୍ଟିଚିପି ବାରିପଟ ଜୋରରେ ଫୋପାଡି ଦେଇଥିଲେ । ସାବିତ୍ରୀଙ୍କ ବଡପୁଅ ମା’ଙ୍କ ନିଖୋଜ ନେଇ ଥାନାରେ ଏତାଲା କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା ।  ଏସଡିପିଓ ଦିଲ୍ଲୀପ କୁମାର ତ୍ରିପାଠୀ ଓ ଥାନା ଆଇଆଇସି ଦୁଇ ବୋହୂଙ୍କୁ  ଥାନାକୁ ଆଣି ପଚରାଉଚରା କରିବାରେ ସେମାନେ ଶାଶୂଙ୍କ ତଣ୍ଟିଚିପି ହତ୍ୟା କରିଥିବା ସ୍ବୀକାର କରିଛନ୍ତି । ସତ୍ୟବାଦୀ ପୁଲିସ ସେମାନଙ୍କ ନାମରେ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି । ତେବେ ସେମାନଙ୍କର ଜାମିନ ଆବେଦନ ନାମଞ୍ଜୁର ହୋଇଥିବା ଜଣାଯାଇଛି ।

Leave A Reply