ବଡଭାଇର ଠେଙ୍ଗା ମାଡରେ ସାନ ଭାଇର ମୃତ୍ୟୁ

0

ବଡବିଲ: ବଡଭାଇର ଠେଙ୍ଗା ମାଡରେ ସାନ ଭାଇର ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ଷ୍ଟେସନ ରୋଡ ସ୍ଥିତ ଲାଇନ ହଟିଙ୍ଗ ନିକଟରେ ଏହି ଦୁଃଖଦ ଘଟଣା ଘଟିଛି। ପାରିବାରିକ କଳହରୁ ବଡ ଭାଇ ସାନ ଭାଇକୁ ଠେଙ୍ଗାରେ ପିଟି ଦେବାରୁ ମୃତ୍ୟୁ ହୋଇଛି। ମୃତ ସାନ ଭାଇର ନାମ ରାହୁଲ ଥାପ୍ପା। ପୁଲିସ ବଡ ଭାଇ ବିପିନ ଥାପ୍ପାକୁ ଗିରଫ କରି ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ରାହୁଲ ଓ ବିପିନଙ୍କ ମଧ୍ୟରେ ବିଳମ୍ବିତ ରାତିରେ କୌଣସି କାରଣରୁ ଝଗଡା ହୋଇଥିଲା। ଏଥିରେ ଉତ୍‍କ୍ଷେପିତ ହୋଇ ବିପିନ ନିଜ ସାନ ଭାଇର ମୁଣ୍ଡକୁ ଏକ ଠେଙ୍ଗାରେ ପିଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ରାହୁଲର ମୃତ୍ୟୁ ହୋଇଯାଇଥିଲା।

Leave A Reply