ମୁମ୍ବଇରେ ୨୦୦୦ମହିଳା ନିରୁଦ୍ଦିଷ୍ଟ

0

ମୁମ୍ବଇ: ବିଗତ ୫ବର୍ଷ ମଧ୍ୟରେ କେବଳ ମୁମ୍ବଇରୁ ୨୬୦୦୦ନାବାଳିକା ଓ ମହିଳା ନିରୁଦ୍ଦିଷ୍ଟ ହୋଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫାଡ଼ନାୱିସ୍‍ଙ୍କ କାର୍ଯ୍ୟାଳୟ ଏଭଳି ସୂଚନା ଦେଇଛି। ନିରୁଦ୍ଦିଷ୍ଟ ୨୬୦୦୦ନାବାଳିକା ଓ ମହିଳାଙ୍କ ମଧ୍ୟରୁ ୨୪୪୪୪ନାବାଳିକା ଓ ମହିଳାଙ୍କୁ ପରବର୍ତ୍ତୀ ସମୟରେ ଉଦ୍ଧାର କରାଯାଇ ପରିଥିଲେ ମଧ୍ୟ ଅବଶିଷ୍ଟଙ୍କ ସମ୍ପର୍କରେ ରାଜ୍ୟ ସରକାରଙ୍କ ପାଖରେ ଅଦ୍ୟାବଧି କୌଣସି ସୁରାକ ନାହିଁ।
ମୋଟ୍‍ ୨୬ହାଜର ୭୦୮ଙ୍କ ମଧ୍ୟରୁ ୫୦୫୬ନାବାଳିକା ୨୦୧୩ରୁ ୧୭ମଧ୍ୟରେ ମୁମ୍ବଇରୁ ନିରୁଦ୍ଦିଷ୍ଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨୪୪୪୪ଜଣଙ୍କୁ ପୁଲିସ ଉଦ୍ଧାର କରିଥିବାବେଳେ ୨୨୬୪ଜଣ ଆଜି ମଧ୍ୟ ନିଖୋଜ ଅଛନ୍ତି। ୫୦୫୬ଜଣ ନାବାଳିକାଙ୍କ ମଧ୍ୟରୁ ୪୭୫୮ଜଣଙ୍କୁ ପୁଲିସ ଉଦ୍ଧାର କରିବାରେ ସଫଳ ହୋଇଛି। ଉକ୍ତ ନାବାଳିକାଙ୍କୁ ଭିକ୍ଷା ବୃତ୍ତିରେ ମୁଖ୍ୟତଃ ନିୟୋଜିତ କରାଯାଇ ଥିଲା। ସେମାନଙ୍କ ମଧ୍ୟରୁ କିଛି ନାବାଳିକାଙ୍କୁ ଅପହରଣ କରାଯାଇ ଥିଲା। ମୋଟ୍‍ ୩ଟି ମାମଲାରେ ଏହି ଅପହରଣରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାରେ ପୁଲିସ ସଫଳ ହୋଇଥିବାବେଳେ ଅବଶିଷ୍ଟ ଅଦ୍ୟାବଧି ତଦନ୍ତାଧୀନ ରହିଛି। ସେହିପରି ୧୮ବର୍ଷରୁ ଊଦ୍ଧ୍ୱର୍ ବୟସ୍କ ମହିଳାଙ୍କୁ ଅନୈତିକ କାର୍ଯ୍ୟରେ ନିୟୋଜିତ କରାଯିବା ଅଭିଯୋଗରେ ୧୦ଟି ମାମଲା ରୁଜୁ କରାଯାଇଛି। ଏହି ମହିଳାଙ୍କୁ ଉଦ୍ଧାର କରାଯିବା ପରେ ଏ ସମ୍ପର୍କରେ ଅପହରଣ ମାମଲା ରୁଜୁ କରାଯିବା ସହ ଅପହରଣକାରୀଙ୍କ ଖୋଳତାଳ ଆରମ୍ଭ ହୋଇଛି। ୨୦୧୫ପରେ ମୁମ୍ବଇ ସହରରେ ଉଭୟ ନାବାଳିକା ଓ ମହିଳା ଅପହରଣ ବ୍ୟାପକ ମାତ୍ରାରେ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ସିସି ଟିଭି କ୍ୟାମେରା ସଂଖ୍ୟା ବୃଦ୍ଧି କରିବାକୁ ବିରୋଧୀ ଦଳ ପକ୍ଷରୁ ଦାବି କରାଯାଇଛି।

Leave A Reply