ଭୁଷୁଡିଲା ନିର୍ମାଣଧୀନ ଅଟ୍ଟାଳିକା ; ୩ ମୃତ, ୮ ଗୁରୁତର

0

ମୁମ୍ବଇ : ମୁମ୍ବଇର ଗେରଗାଓଁ ନିକଟରେ ରବିବାର ଏକ ନିର୍ମାଣଧୀନ ଅଟ୍ଟାଳିକା ଭୁଷୁଡି ପଡିଛି। ଏହି ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮ଜଣ ଆହତ ହୋଇଛି। ଗେରଗାଓଁ ପଶ୍ଚିମରେ ଥିବା ଆଜାଦମୈଦାନରେ ଥିବା ଏହି ନିର୍ମାଣଧୀନ ଅଟ୍ଟାଳିକା ଭୁଷୁଡି ପଡିଛି। ଏହି ସମୟରେ ଏନଡିଆରଏଫ୍‍ ଦଳ ପହଞ୍ଚି ଲୋକମାନଙ୍କ ଉଦ୍ଧାର କରିଛନ୍ତି। ମୃତକଙ୍କ ମଧ୍ୟରୁ ଦୁଇ ଜଣଙ୍କ ଚିହ୍ନଟ ହୋଇଛି ଜଣେ ଶ୍ରବଣ କୁମାର ଗୌରମଣ୍ଡଳ(୨୭) ଓ ସୁବାଷ ଚୌହାନ(୩୮)। ଆହତ ଚାରିଜଣକୁ ମେଡିକାଲରୁ ଛୁଟି ମିଳିଥିବା ବେଳେ ଅନ୍ୟ ଚାରିଜଣ ମେଡିକାଲରେ ରହିଛନ୍ତି।

Leave A Reply