ମୁମ୍ବଇ ଆକ୍ରମଣ: ମୁଖ୍ୟ ଓକିଲଙ୍କୁ ବଦଳାଇଲେ ପାକ୍‌ ସରକାର

0

ଲାହୋର : ନଭେମ୍ବର ୨୬, ୨୦୦୮ ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ସରକାରୀ ଓକିଲ ଚୌଧୁର ଆଝାରଙ୍କୁ ପାକ୍‌ ସରକାର ବଦଳାଇଛନ୍ତି। ସରକାରଙ୍କ ମାମଲା ଲଢୁଥିବା ଆଝାର ସରକାରଙ୍କୁ ବିଶ୍ୱାସକୁ ନ ନେବା ଅଭିଯୋଗ ହୋଇଛି ବୋଲି ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି। ମୁମ୍ବଇ ଆକ୍ରମଣକାରୀଙ୍କୁ ଦଣ୍ଡିତ କରିବା ଲାଗି ଭାରତ ସରକାରଙ୍କ ପ୍ରୟାସ ଦିଗରେ ଏହା ଏକ ଝଟକା। ମୁମ୍ବଇ ଆକ୍ରମଣର ଷଡଯନ୍ତ୍ରକାରୀଙ୍କୁ ଦଣ୍ଡିତ କରିବା ଲାଗି ପାକିସ୍ତାନ ସରକାରଙ୍କ ପକ୍ଷରୁ ଆଝାର ମାମଲା ଲଢୁଥିଲେ। ୨୦୦୮ରେ ହୋଇଥିବା ମୁମ୍ବଇ ଆକ୍ରମଣରେ ୧୬୬ଜଣ ପ୍ରାଣ ହରାଇଥିଲେ।

Leave A Reply