ଜୟପାଟଣା ଠାରେ ଆନ୍ଦୋଳନକୁ ଓହ୍ଳାଇଲେ ଓକିଲ ସଂଘ 

0

ମୁଖିଗୁଡ଼ା : କଳାହାଣ୍ଡି ଜିଲା ଜୟପାଟଣା ଠାରେ ଦେୱାନୀ ବିଚାରପତି(ବରିଷ୍ଠ ବିଭାଗ) ଏବଂ ସହକାରୀ ଦୌରା ଜର୍ଜଙ୍କ କାର୍ଯ୍ୟାଳୟ ସ୍ଥାପନ ଦାବୀ ନେଇ ଜୟପାଟଣା ଓକିଲ ସଂଘ ତରଫରୁ ଶନିବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଶନିବାର ଠାରୁ ଅନିଦ୍ଧିଷ୍ଠ କାଳ ପାଇଁ ଜୟପାଟଣା ଜେ.ଏମ୍‍.ଏଫ୍‍.ସି. କୋର୍ଟ, ତହସିଲ କାର୍ଯ୍ୟାଳୟ ଏବଂ ଉପନିବନ୍ଧନ କାର୍ଯ୍ୟାଳୟକୁ ତାଲା ପକାଇ ବନ୍ଦ କରି ଦିଆଯାଇଛି।  ସେହିପରି କଲମପୁର ଓକିଲ ସଂଘ ତରଫରୁ ଜୟପାଟଣା ଠାରେ ଦେୱାନୀ ବିଚାରପତି (ବରିଷ୍ଠ ବିଭାଗ) ଏବଂ ସହକାରୀ ଦୌରା ଜର୍ଜଙ୍କ କାର୍ଯ୍ୟାଳୟ ସ୍ଥାପନ ଦାବୀ ନେଇ କଲମପୁର ତହସିଲ କାର୍ଯ୍ୟାଳୟକୁ ବନ୍ଦ କରି ଦିଆଯାଇଛି। ଦାବୀ ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଓକିଲ ସଂଘ ତରଫରୁ ପ୍ରକାଶ।

 

Leave A Reply