ବିମାନ ଯାତ୍ରା କରି ବଧିର ହୋଇଗଲେ ଯାତ୍ରୀ

0

ନୂଆଦିଲ୍ଲୀ . – ବିମାନରେ ଯାତ୍ରା କରିବା ଜଣେ ଯାତ୍ରୀଙ୍କ ପାଇଁ ମହଙ୍ଗା ସାବସ୍ତ୍ୟ ହୋଇଛି । ମୁକେଶ ଶର୍ମା ନାମକ ବ୍ୟକ୍ତି ସେପ୍ଟେମ୍ବର ୨୦ ତାରିଖରେ  ଜେଟ୍‌ ଏୟାରଓ୍ୱେଜ୍‌ରେ ଯାତ୍ରା କରୁଥିଲେ ।  ଏହି ସମୟରେ ତାଙ୍କର ଦୁଇ କାନରୁ ରକ୍ତସ୍ରାବ ହୋଇଥିଲା । ଏହାପରେ ସେ ତାଙ୍କ  ନିକଟରେ ବସିଥିବା ଲୋକଙ୍କର କଥା ବି ଶୁଣି ପାରି ନ ଥିଲେ ।

ଏହାପରେ ସେ ଏକ ଡାକ୍ତରଖାନାରେ ଚିକିତ୍ସାପାଇଁ ଭର୍ତ୍ତି ହୋଇଥିଲେ । ପରେ ତାଙ୍କର ଶ୍ରବଣ ଶକ୍ତି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥିବା ଡାକ୍ତର କହିଛନ୍ତି । ଏହାପରେ ସେ ପର୍ତ୍ତୁଗାଲରେ କରିଥିବା ଏକ ଗବେଷଣା କାର୍ଯ୍ୟ ଛାଡି ଦେଇଛନ୍ତି ।

Leave A Reply