ସାସଂଦଙ୍କ ପୁଅ ଗାଡିକୁ ବୋମାମାଡ

0

ବେଗୁନିଆ : ଅଭିନେତା ତଥା ରାଜ୍ୟସଭା ସାସଂଦ ପ୍ରଶାନ୍ତ ନନ୍ଦଙ୍କ ପୁଅଙ୍କ ଗାଡି ଉପରେ ବୋମାମାଡ ହୋଇଥିବା ସୂଚନା ମିଳିଛି। ସାସଂଦଙ୍କ ପୁଅ ରିଶବ ନନ୍ଦ ବେଗୁନିଆ ବ୍ଲକ ଗୋପାଳପୁର ପଞ୍ଚାୟତରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥୁବା ସମୟରେ ଏହି ଅଘଟଣ ହୋଇଥିଲା। ଚାରିଜଣ ଦୁବୃତ୍ତ ଦୁଇଟି ବାଇକରେ ଆସି ରିଶବଙ୍କ ଗାଡି ଉପରକୁ ପଛୁଆ ବୋମାମାଡ କରିଥିଲେ। ଏହାର କିଛି ବାଟ ଯିବାପରେ ବେଗୁନିଆ ଛକରେ ଏକ ଧଳାକାରରେ କିଛି ଲୋକ ଆସି ଗାଡିର ସମ୍ମୁଖ କାଚ ସହ ଗାଡିକୁ ଭଙ୍ଗାରୁଜା କରିଥିଲେ। ଯାହାଫଳରେ ଗାଡିରେ ଥିବା ରିଶବଙ୍କ ସହଥିବା ଦୁଇଜଣ ଗୁରୁତର ହୋଇଛନ୍ତି। ରିଶବଙ୍କ ସହହୋଗୀ ସୁନା ମନ୍ତ୍ରୀ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ ମଧ୍ୟ ପୁଲିସ ବିଳମ୍ବରେ ଆସିବାରୁ ଦୁବୃତ୍ତ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।

Leave A Reply