ଓଦା ମୌଜା ପିନ୍ଧିବାର ଉପକାରିତା

0

ବର୍ଷା ସମୟରେ ହେଉ ଅଥବା ଖାଲି ସମୟରେ ମୌଜା ଓଦା ହୋଇଗଲେ ଖୁବ ବ୍ୟସ୍ତ ଲାଗେ। ଯଦି ବାହାରେ କିମ୍ବା ଅଫିସ ଗଲା ବେଳେ ଏହା ଓଦା ହୁଏ ତେବେ ଏହାକୁ ପିନ୍ଧିଲେ ଖୁବ ଚିଡ଼ାଚିଡ଼ା ଲାଗେ। ମାତ୍ର ଏହି ଓଦା ମୌଜାକୁ ପିନ୍ଧିଲେ ଆମର ଖୁବ ଉପକାର ହୋଇଥାଏ। ଏହା ଆମ ପାଇଁ ଖୁବ ଲାଭ ଦାୟକ ମଧ୍ୟ ଅଟେ। ଜାଣନ୍ତୁ ଏହାର ଉପକାରିତା …..
ପେଟ ସମସ୍ୟା- ପେଟ ଜନିତ ସମସ୍ୟା ଯଦି ହେଉଥାଏ, ତେବେ ପାଣିରେ କଳା ଜିରା ପକାଇ ମୌଜାକୁ ଭିଜାଇ ଦିଅନ୍ତୁ ଓ ଏହାକୁ ଗ୍ୟାସରେ ବସାଇ ଫୁଟାଇ ଦିଅନ୍ତୁ। ଏହା ପରେ ଏହାକୁ ଭଲ ଭାବେ ଚୁପୁଡ଼ି ପାଦରେ ପିନ୍ଧନ୍ତୁ। ଏହା ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହୋଇଯିବ।
ଜ୍ୱର – ଜ୍ୱର ହେବା ସମୟରେ ପାଣିରେ ଅଳ୍ପ ସେଓ ରସ ମିଶାଇ ଏଥିରେ ମୌଜାକୁ ବୁଡ଼ାଇ ରଖନ୍ତୁ। କିଛି ସମୟ ପରେ ଏହାକୁ ଚୁପୁଡ଼ି ଦେଇ ପାଦରେ ପିନ୍ଧନ୍ତୁ। ଏପରି କରିବା ଦ୍ୱାରା ଶରୀରରୁ ଜ୍ୱରର ମାତ୍ରା କମିଯାଏ।
ଥଣ୍ଡା – ବାରମ୍ବାର ଥଣ୍ଡା ହେଉଥିଲେ ଏକ ପାତ୍ରରେ କ୍ଷୀରରେ ଏକ ଚାମଚ ମହୁ ମିଶାଇ ଏଥିରେ ମୌଜାକୁ ବୁଡ଼ାଇ ରଖନ୍ତୁ। କିଛି ସମୟ ପରେ ଏହାକୁ ଚୁପୁଡ଼ି ପାଦରେ ପିନ୍ଧନ୍ତୁ। ଏପରି କରିବା ଦ୍ୱାରା ଥଣ୍ଡା ସଂପୂର୍ଣ୍ଣ ଭଲ ହୋଇଯିବ।

Leave A Reply