ମୂଷା ପିଇଗଲେ ହଜାରେ ଲିଟର ମଦ!

0

ବରେଲି: ବିଭିନ୍ନ ସ୍ଥାନରୁ ଜବତ ହୋଇଥିବା ୧ ହଜାର ଲିଟର ମଦ ପୁଲିସ ଜମାଖାନାରୁ ଗାଏବ ହୋଇଯାଇଛି। ତଦନ୍ତ ବେଳେ ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀଙ୍କ ଯେଉଁ ସ୍ପଷ୍ଟୀକରଣ ଦେଇଛନ୍ତି ତାହା ଆଶ୍ଚର୍ଯ୍ୟଜନକ। ଜବତ ମଦକୁ ମୂଷା ନଷ୍ଟ କରିଦେଇଥିବା ପୁଲିସ କର୍ମଚାରୀ ଜଣକ ବୟାନ ଦେଇଛନ୍ତି। ଉତ୍ତରପ୍ରଦେଶର ବରେଲିରେ ଘଟିଛି ଏହି ଘଟଣା। ମାଲଖାନା ଭିତରକୁ କୌଣସିମତେ ଏକ କୁକୁର ପଶି ଯାଇଥିଲା। ଏ ସମ୍ପର୍କରେ ଜାଣି ନ ପାରି ଦାୟିତ୍ୱରେ ଥିବା କର୍ମଚାରୀ ମାଲଖାନାରେ ତାଲା ପକାଇ ଚାଲି ଯାଇଥିଲେ। କିଛି ଦିନ ପରେ ଘର ଭିତରୁ ଗନ୍ଧ ବାହାରିବାରୁ ମାଲଖାନା ଖୋଲାଯାଇଥିଲା। ସେତେବେଳେ ସେଠାରେ ଥିବା ମଦ ଗାଏବ ହୋଇଯାଇଥିବା ବିଷୟ ଜଣାପଡ଼ିଥିଲା। ତେବେ ପୁଲିସ ଡାଇରିରେ ଏହା ନୂଆ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ବିହାରରେ ମଦ, ଝାଡ଼ଖଣ୍ଡରେ ନିଶାଦ୍ରବ୍ୟ ଓ ଆସାମରେ ନଗଦ ଗାଏବ ପାଇଁ ମୂଷାଙ୍କୁ ଦୋଷ ଦେଇଛନ୍ତି ପୁଲିସ କର୍ମଚାରୀ। ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ ହେବ ବୋଲି ଜନୈକ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

Leave A Reply