୧୨.୦୨ କୋଟିର ମୋଟରସାଇକଲ

0

ଯୁବପିଢ଼ିଙ୍କ ବୁଲେଟ୍ ଚଳାଇବା ସଉକ୍ ଦିନକୁଦିନ ବଢ଼ିବାରେ ଲାଗିଛି। ନାମୀ କମ୍ପାନୀଗୁଡ଼ିକ ବିଭିନ୍ନ ଡିଜାଇନର ବୁଲେଟ୍ ତିଆରି କରି ବଜାରକୁ ଛାଡ଼ୁଛନ୍ତି। ଆମେରିକୀୟ ମୋଟରସାଇକଲ କମ୍ପାନୀ ବିଶ୍ବର ସବୁଠୁ ଦାମୀ ବୁଲେଟ୍ ନିର୍ମାଣ କରିଛି। ୧୨.୨ କୋଟିର ଏହି ବୁଲେଟ୍ ଦୁଇଟି ରଙ୍ଗରେ ବଜାରରେ ପ୍ରବେଶ କରିବ, କଳା ଓ ନୀଳ। ଏଥିରେ ହୀରା ଖଚିତ ହୋଇଥିବାବେଳେ ସୁନାରେ କାରୁକାର୍ଯ୍ୟ ହୋଇଛି ବୋଲି କମ୍ପାନୀ ମୁଖ୍ୟ କହିଛନ୍ତି। ମିଳିଥିବା ତଥ୍ୟ ଅନୁସାରେ ମୋଟ୍ ୩୬୦ଟି ହୀରା ଏଥିରେ ଖଚିତ ହୋଇଥିବାବେଳେ ହର୍ଣ୍ଣ, ସାଇଲେନ୍ସର ପାଇପ୍ ଇତ୍ୟାଦି ସୁନାରେ ତିଆରି ହୋଇଛି। ଏଥିରେ ଲାଗିଥିବା ଘଣ୍ଟାରେ ୫.୪୦ କ୍ୟାରେଟ୍‌ର ହୀରା ଲାଗିଛି। କେବଳ ଏହାର ବିଜ୍ଞାପନ ସମ୍ପର୍କରେ ଜାଣିବା ପରେ ୧୫ଜଣ ଲୋକେ ଅଗ୍ରିମ ବୁକିଂ କରିସାରିଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ମୋଟର ସାଇକଲର ବଜାର ପ୍ରବେଶ ହେବ ବୋଲି ଜଣାପଡ଼ିଛି।

Leave A Reply