ଝିଅକୁ ବାନ୍ଧି ମାଆକୁ ହତ୍ୟା

0

ଧାମନଗର: ଧାମନଗର ଥାନା ଦଇପୁର ପଞ୍ଚାୟତ ତାଳସିଠା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ଦୁବୁର୍ତ୍ତ ଝିଅକୁ ବାନ୍ଧି ତା ସମ୍ମୁଖରେ ମାଆକୁ ହତ୍ୟା କରିଛି। ମୃତ ମହିଳାଙ୍କ ନାମ ଭକ୍ତିଲତା ବେହୁରିଆ (୫୫)। ତାଙ୍କ ସ୍ୱାମୀ ରବିନ୍ଦ୍ର ବେହୁରିଆ (୫୮) ଗତକାଲି ଠାରୁ ନିଖୋଜ ହୋଇଥିବା ଜଣା ପଡିଛି। ଗ୍ରାମର ବାବୁଆ ଓରଫ ଗୋପିନାଥ ମହାନ୍ତି ନିଖୋଜ ରବିନ୍ଦ୍ରଙ୍କ ମୋବାଇଲ ଓ ବାଇକ ଧରି ରାତି ପ୍ରାୟ ୧୨.୩୦ ସମୟରେ ତାଙ୍କ ଘର ପାଖରେ ପହଞ୍ଚି ଥିଲା। ତାପରେ ଫୋନ କରି ଭକ୍ତିଲତାଙ୍କୁ କବାଟ ଖୋଲିବାକୁ କହିଥିଲା। ଭକ୍ତିଲତା କବାଟ ଖୋଲିବା ପରେ ବାବୁଆ ତାଙ୍କ ଝିଅକୁ ବାନ୍ଧି ଦେଇଥିଲା। ତାପରେ ଭକ୍ତିଲତାଙ୍କ ମୁଣ୍ଡକୁ ଏକ ଶିଳପୁଆରେ ଛେଚି ଦେଇଥିଲା। ଘଟଣାସ୍ଥଳରେ ଭକ୍ତିଲତାଙ୍କ ମୃତ୍ୟୁ ହୋଇଥିଲା। କୌଶଳ କ୍ରମେ ଝିଅ ନିଜର ସମ୍ପକୀୟଙ୍କୁ ଫୋନ କରି ଦେବାରୁ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଖବର ପାଇ ଧାମନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଜାରି ରଖିଛି।

Leave A Reply