ଚନ୍ଦ୍ରଗ୍ରହଣ ଓ ବ୍ଲଡ ମୁନ୍‍ର ବୈଜ୍ଞାନିକ କାରଣ

0

ଶତାଦ୍ଦୀର ସବୁଠାରୁ ଅଧିକ ଲମ୍ବା ଚନ୍ଦ୍ର ଗ୍ରହଣ ଆସନ୍ତା କାଲି ଗୁରୁ ପୂର୍ଣ୍ଣିମା ୨୭ ଜୁଲାଇରେ ହେବ। ଏହି ଗ୍ରହଣ ରାତି ୧୧.୫୪ମିନିଟରେ ଆରମ୍ଭ ହୋଇ ୦୩.୪୯ମିନିଟରେ ଶେଷ ହେବ। ଏହାର ପ୍ରଭାବ ଅଧିକ ସମୟ ପର୍ଯ୍ୟନ୍ତ ରହିବ ବୋଲି କୁହାଯାଇଛି। ଏହି ଗ୍ରହଣ ସମଗ୍ର ଭାରତରେ ଦୃଶ୍ୟମାନ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ଗ୍ରହଣର ବୈଜ୍ଞାନିକ କାରଣ:
ପୃଥିବୀ ସୂର୍ଯ୍ୟଙ୍କ ପରିକ୍ରମା କରିଥାନ୍ତି। ଯେତେବେଳେ ପୃଥିବୀ ଚନ୍ଦ୍ର ଓ ସୂର୍ଯ୍ୟଙ୍କ ମଝିରେ ଆସିଥାନ୍ତି ସେତେବେଳେ ଚନ୍ଦ୍ର ପୃଥିବୀ ଛାୟା ତଳେ ଲୁଚିଯାଇଥାନ୍ତି। ଏହି ସମୟରେ ଚନ୍ଦ୍ର ଆକାଶରେ ଦୃଶ୍ୟମାନ ହୋଇ ନ ଥାଆନ୍ତି ଏବଂ କଳା ଦେଖାଯାଇଥାନ୍ତି। ଏଭଳି ସ୍ଥିତିକୁ ଜ୍ୟୋତିଷମାନେ ଚନ୍ଦ୍ର ଗ୍ରହଣ କହିଥାନ୍ତି। ଏହି ଗ୍ରହଣ ଦ୍ୱାରା ଚନ୍ଦ୍ର ପୃଥିବୀ ଉପରେ ଗୋଲ ହୋଇ ମଧ୍ୟ ଭାଗରେ ଗତି କରି ପୃଥିବୀ ଛାୟାରୁ ବାହାରି ଆସିଥାଏ। ପୃଥିବୀ ଛାୟାରୁ ବାହାରି ଆସିବା ପାଇଁ ଚନ୍ଦ୍ରକୁ ୧୦୩ମିନିଟ ସମୟ ଲାଗିଥାଏ। ତେଣୁ ଏହି ଗ୍ରହଣ ଶତାଦ୍ଦୀର ସବୁଠାରୁ ବିଶେଷ ଗ୍ରହଣ ଅଟେ।ବ୍ଲଡ ମୁନ୍‍: ସୂର୍ଯ୍ୟଙ୍କ କିରଣ ସାତଟି ରଙ୍ଗର ହୋଇଥାଏ। କିରଣର ନୀଳ ରଙ୍ଗ ବାୟୁମଣ୍ଡଳ ଶୋଷି ନେଇଥିବାରୁ ଆକାଶ ନୀଳ ଦେଖାଯାଇଥାଏ।। କିରଣର ଲାଲ ରଙ୍ଗ ବାୟୁମଣ୍ଡଳରେ ଦେଖାଯାଇ ନଥାଏ ଓ ବ୍ୟାପି ନଥାଏ। ସୂର୍ଯ୍ୟଙ୍କ କିରଣ ପୃଥିବୀ ସହ ଧକ୍କା ହୋଇ ଚନ୍ଦ୍ର ଉପରେ ପଡିଥାଏ। ଏହି ପରିବର୍ତ୍ତନ କିଛି ବିଶେଷ ପରିସ୍ଥିତିରେ ଦେଖାଯିବା କାରଣରୁ ଚନ୍ଦ୍ର ଉପରେ ଅଳ୍ପ ଲାଲ ରଙ୍ଗର କିରଣ ପଡିଥାଏ। ଯାହାଦ୍ୱାରା ଚନ୍ଦ୍ର ହାଲକା ଲାଲ ରଙ୍ଗର ଦେଖାଯାଇଥାଏ। ଏହାକୁ ବୈଜ୍ଞାନିକ ମାନେ ବ୍ଲଡ ମୁନ୍‍ କହିଥାନ୍ତି।

Leave A Reply