ମୋହନାରେ ବ୍ଳକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର

0

ମୋହନା : ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟ ପରିସରରେ ଦୀନ୍‍ଦୟାଲ୍‍ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ଆନୁକୁଲ୍ୟରେ ବ୍ଳକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥିଭାବେ ବ୍ଳକ ଅଧ୍ୟକ୍ଷା ଶୁଖୀ ଶବର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଂଶିଧର ଖୋସଲା ଯୋଗ ଦେଇଥିଲେ। ରାଜ୍ୟ ସ୍ତରୀୟ ମଭିଲାଇଜେସନ ଓ ପରାମର୍ଶ ସଂଯୋଜକ ଜ୍ୟୋତିରଂଜନ ମହାପାତ୍ର, ସହକାରୀ ନିର୍ଦ୍ଧେଶକ ଅରମାସ କାର୍ତିକ ମହାପାତ୍ର, ବ୍ଲକ ଉପାଧ୍ୟକ୍ଷା ବାଲମିନା ଅଧିକାରୀ ଉପସ୍ଥିତ ଥିଲେ। ଏହି ପରାମର୍ଶ ଶୀବିରିରେ ମୋଟ ୯୬୩ ଜଣ ଯୁବକ/ଯୁବତୀଙ୍କ ପଞ୍ଜିକରଣ କରାଯାଇଥିଲା ସେଥିମଧ୍ୟରୁ ୫୬୨ ଜଣଙ୍କୁ ମନୋନିତ କରାଯାଇଥିବା ଜଣାପଡିଛି। ଏହି ଶିବିରଙ୍କୁ ମୋହନା ପଞ୍ଚାୟତ ସମିତି ଦ୍ୱାରା ଆୟୋଜନ କରାଯାଇଥିବା ବେଳେ ଗ୍ରାମାଞ୍ଚଳର ଗରିବ ବେରୋଜଗାର ଯୁବକ/ଯୁବତୀମାନଙ୍କ ଦକ୍ଷତା ବିକାଶ ତାଲିମ ଦ୍ୱାରା ଅଧିକ ରୋଜଗାର କରାଇବା ପାଇଁ ଏହା ଏକ ଅଭିନବ ଯୋଜନା ବୋଲି ବିଡିଓ ଶ୍ରୀ ଖୋସଲା ଉପସ୍ଥିତ ଯୁବକ/ଯୁବତୀ ଓ ଅଭିଭାବକମାନଙ୍କୁ ଏହାର ସୁଯୋଗ ନେବା ପାଇଁ କହିଥିଲେ। ଏହି କାର୍ଯ୍ୟକ୍ରମକୁ ଓଏଲଏମ ମୋହନାର ପ୍ରକଳ୍ପ ପରିଚାଳକ ତିରୁପତି ରାଓ, ଦେବସ୍ମିତା ଲେଙ୍କା, ଅରୁଣ ପାତ୍ର, କାର୍ତିକ ନାୟକ ପରିଚାଳନା କରିଥିଲେ।

Comments
Loading...