ନାବାଳିକାଙ୍କୁ ବଳତ୍କାର ଅଭିଯୋଗ, ସମ୍ପର୍କୀୟ ମାମୁଁ ଗିରଫ

0

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଳକ ଅଡବା ଥାନା ଅନ୍ତର୍ଗତ ଏକ ଗାଁରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ପିଡିତା ନାବାଳିକାଙ୍କ ପରିବାର ଅଡବା ଥାନାରେ ଏତଲା ଦେଇଥିବାବେଳେ ରବିବାର ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ଗିରଫ ଜଣକ  ସେହି ଗାଁର ଏନ୍ତେରିୟ ପରିଚ୍ଛା (୪୦)। ଅଭିଯୁକ୍ତ ଜଣକ ପିଡିତା ନାବାଳିକାଙ୍କ ସମ୍ପର୍କୀୟ ମାମୁଁ ହୋଇଥିବା ବେଳେ ସେ ବିବାହିତା ଓ ତାଙ୍କର ୫ଟି ସନ୍ତାନ ଥିବା ଅଡବା ଥାନା ଅଧିକାରୀ ମୁକେଶ ଲାକ୍ରା କହିଛନ୍ତି। ପୁଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ଶନିବାର ଗାଁର ସାପ୍ତାହିକ ହାଟ ଥିଲା। ଏହି ହାଟରୁ ଫେରିବା ସମୟରେ ଉଭୟ ବାଇକରେ କିଛି ଦୂର ଯିବା ପରେ ରାସ୍ତା କଡରେ ଥିବା ଜଙ୍ଗଲକୁ ନାବାଳିକାଙ୍କୁ ନେଇ ଜୋର ଜବରଦସ୍ତ ବଳତ୍କାର କରିଥିଲେ। ଏ ବିଷୟରେ କାହାକୁ ନକହିବା ପାଇଁ ନାବାଳିକାକୁ ଧମକ ଦେବା ସହ କିଛି ଅର୍ଥ ପ୍ରଲୋଭନ ଦେଖାଇଥିଲେ। ଗାଁକୁ ଫେରିବା ପରେ ଘଟଣା ସମ୍ପର୍କରେ ନାବାଳିକା ପରିବାର ଲୋକଙ୍କୁ କହିଥିଲା। ପରିବାର ଲୋକେ ଶନିବାର ରାତିରେ ଅଡବା ଥାନାରେ ଲିଖିତ ଅଭିଯୋଗ ଦେବାପରେ ୩୧/୧୮ରେ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ରବିବାର ସେହି ଅଞ୍ଚଳରୁ ଏନ୍ତେରିୟଙ୍କୁ ଗିରଫ କରି ଉଭୟଙ୍କୁ ଡାକ୍ତରି ମାଇନା କରାଯିବା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ କହିଛନ୍ତି।

Leave A Reply