କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ

0

ମୋହନା : ଗଜପତି ଜିଲା ମୋହନା ବ୍ଲକ୍ ଅଡବା ଥାନା ଅନ୍ତର୍ଗତ ଗୁଲୁବା ପଞ୍ଚାୟତ ଦୁରିଙ୍ଗିଗୁଡା ଓ କପିଲପାଜୁ ଅଞ୍ଚଳରୁ ଅଡବା ପୁଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉରେ କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ଜଣାପଡିଛି। ପାଖାପାଖି ୧ ଲକ୍ଷ ୮ ହଜାର ଗଞ୍ଜେଇ ଗଛକୁ କଟର ମେସିନ ସାହାର୍ଯ୍ୟରେ କାଟି ପୋଡି ନଷ୍ଟ କରାଯାଇଥିବା ଅଡବା ଆଇଆଇସି ମୁକେଶ ଲାକ୍ରା ସୂଚନା ଦେଇଛନ୍ତି। ଖବରଅନୁସାରେ ଗଜପତି ଅାରକ୍ଷୀ ଅଧ୍ୟକ୍ଷକ ଅମୁଲ୍ୟ କୁମାର ଦାସଙ୍କ ନିର୍ଦେଶ କ୍ରମେ ଅଡବା ଥାନା ଆଇଆଇସି ଶ୍ରୀ ଲାକ୍ରା ମୋହନା ଏସଆଇ ପିଙ୍କି ମୁର୍ମୁ, ବିରିକୋଟ ରାଜସ୍ୱ ନିରିକ୍ଷକ ଏସିଓ ଗମାଙ୍ଗ ଓ କର୍ମଚାରୀଙ୍କ ସମେତ ଅବକାରୀ ବିଭାଗ ଏସଆଇ ପଦ୍ମଚରଣ ସାହୁ ଓ କର୍ମଚାରୀମାନେ ମିଳିତଭାବେ ସକାଳ ୯ ଟାରୁ ୪ ଟା ପର୍ଯ୍ୟନ୍ତ ଜଙ୍ଗଲ ଜମିରେ ବେଆଇନଭାବେ ଲଗାଯାଇଥିବା ୫୪ ଏକର ପରିମିତ ଜମିରେ ଗଞ୍ଜେଇ ଗଛ ଗୁଡିକୁ କାଟି ପୋଡି ନଷ୍ଟ କରିଥିଲେ। ମୋହନା ବିଡିଓ ବଂଶିଧର ଖୋସଲା ମାଜିଷ୍ଟ୍ରେଟ୍‍ ଦାୟିତ୍ୱରେ ରହିଥିଲେ। ଆଗକୁ ଅଡବା ଅଞ୍ଚଳରୁ ବେଆଇନଭାବେ ଚାଷ କରାଯାଉଥିବା ଗଞ୍ଜେଇ ଗଛ ନଷ୍ଟ ଅଭିଯାନ ଚାଲୁ ରହିବ ବୋଲି ଆଇଆଇସି ଲାକ୍ରା କହିଛନ୍ତି।

Leave A Reply