ଗୁଜରାଟରୁ ଉତ୍ତର ଭାରତୀୟ ଲୋକମାନଙ୍କୁ ବାହାର କରିବା ପ୍ରସଙ୍ଗ : ମୁହଁ ଖୋଲିଲେ ମୋଦୀ

0

ନୂଆଦିଲ୍ଲୀ : ଗୁଜରାଟରେ ଉତ୍ତର-ଭାରତୀୟ ମାନଙ୍କ ଉପରେ ହେଉଥିବା ଆକ୍ରମଣ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୀରବ ଭାଙ୍ଗିଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, କଂଗ୍ରେସ ଭାରତରେ ବିଭାଜନର ରାଜନୀତି କରିଆସୁଛି, କିନ୍ତୁ ବିଜେପି ‘ସବକା ସାଥ ସବକା ବିକାଶ’ର ମନ୍ତ୍ରରେ ପରିଚାଳିତ ହେଉଛି। ଛୋଟ ଛୋଟ ଘଟଣାକୁ ନେଇ କଂଗ୍ରେସ ଲୋକମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରି ନିଜର ରାଜନୀତି ଆରମ୍ଭ କରୁଛି। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଆମେ ସୁଖ ବାଣ୍ଟୁଥିବା ବେଳେ କଂଗ୍ରେସ ସମାଜ ବାଣ୍ଟୁଛି। ସୁଖ ବାଣ୍ଟି ଆମେ ସମସ୍ତଙ୍କ ମଧ୍ୟରେ ଆନନ୍ଦ ପାଉଥିବାବେଳେ, କଂଗ୍ରେସ ଏହା କରି ଏକ ପରିବାରର ଆନନ୍ଦ କରୁଛି। ଆଗାମିଦିନରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଏହାକୁ ଅଧିକ ପ୍ରସୟ ଦିଆଯାଉଛି।
ସୂଚନାଯୋଗ୍ୟ ଯେ, ଗୁଜରାଟରେ ଏକ ୧୪ ମାସର ଝିଅସହ ବଳାତ୍କାର ହୋଇଥିବା ଘଟଣାରେ ଉତ୍ତରଭାରତର ଲୋକମାନଙ୍କୁ ଗୁଜରାଟରୁ ବାହାର କରାବା ଆରମ୍ଭ କରିଦେଇଛନ୍ତି। ଏହାର ବିରୋଧ କରି ବାରଣାସୀରେ ଗୁଜରାତି ମୋଦୀ ବାରଣାସୀ ଛାଡ ବୋଲି ପୋଷ୍ଟର ଲାଗିଥିଲା।

Leave A Reply