ଉପା ଅମଳରେ ଦେଶର ଅର୍ଥନୀତି ଭୁଶୁଡ଼ିବାକୁ ଯାଉଥିଲା: ମୋଦି

0

ନୂଆଦିଲ୍ଲୀ: କଂଗ୍ରେସ ନେତୃତ୍ୱାଧୀନ ଉପା ସରକାରଙ୍କ କୋହଳ ନୀତି ଯୋଗୁଁ ଦେଶର ଅର୍ଥନୀତିିରେ ଶୋଚନୀୟ ଅବନତି ଦେଖାଦେଇଥିଲା । କିନ୍ତୁ ଏହାକୁ ଲୁଚାଇବା ପାଇଁ ବଜେଟକୁ ଅତିରଞ୍ଜିତ କରି ଦର୍ଶାଯାଉଥିଲା । କ୍ରମାଗତ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଅର୍ଥନୀତିକୁ ସମାଲୋଚନା କରୁଥିବା କଂଗ୍ରେସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ଶାଣିତ ସ୍ୱରରେ କଟାକ୍ଷ କରିଛନ୍ତି ।
‘ସ୍ୱରାଜ୍ୟ’ ସହିତ ଏକ ସାକ୍ଷାତକାର ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ୨୦୧୪ ସାଧାରଣ ନିର୍ବାଚନରେ ବିଜେପିର ମୁଖ୍ୟ ଆଜେଣ୍ଡା ଥିଲା ଦେଶର ଅର୍ଥନୀତି କୁପରିଚାଳନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା । ଜଣେ ଅର୍ଥନୀତିଜ୍ଞ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ଓ ବିଜ୍ଞ ଅର୍ଥମନ୍ତ୍ରୀ ଭାବେ ପରିଚିତ ପି ଚିଦମ୍ବରମ୍‌ଙ୍କ ଦ୍ୱାରା ପରିଚାଳିତ ଦେଶର ଅର୍ଥନୀତି ଶୋଚନୀୟ ସ୍ତରକୁ ଚାଲିଯାଇଥିଲା । ଯଦି ସେହି ସ୍ଥିତି ଆଉ କିଛି ଦିନ ଜାରି ରହିଥାନ୍ତା ତେବେ ଅର୍ଥନୀତିରେ ଗୁରୁତର ସଂକଟ ଦେଖାଦେଇଥାନ୍ତା । ତେଣୁ ରାଜନୀତି ଓ ଦଳୀୟ ସ୍ୱାର୍ଥରୁ ଊଦ୍ଧ୍ୱର୍ରେ ରହି ବିଜେପି ସରକାର ଦେଶର ହିତ ପାଇଁ ବିଚାରଶୀଳ ନୀତି ପ୍ରଣୟନ କରିଛନ୍ତି ।
ଅର୍ଥନୀତିର ବିଭିନ୍ନ ଦିଗ ଉପରେ ହୋଇଥିବା ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ ଶ୍ରୀମୋଦି କହିଛନ୍ତି ଯେ ଭାରତର ଅର୍ଥନୀତି ଭୁଶୁଡ଼ି ପଡ଼ିବ ବୋଲି ଏକଦା ଆଶଙ୍କା ପ୍ରକାଶ ପାଇଥିଲା । କିନ୍ତୁ ସବୁ ଆଶଙ୍କାକୁ ପ୍ରତିହତ କରି ଭାରତ ଏବେ ବିଶ୍ୱର ସର୍ବବୃହତ୍‌୍‌ ଅଭିବୃଦ୍ଧିଶୀଳ ଅର୍ଥନୀତିର ମାନ୍ୟତା ପାଇଛି । ଟିକସ ଓ ରାଜସ୍ୱ କ୍ଷେତ୍ରରେ ଜିଏସ୍‌ଟି ବିପ୍ଲବାତ୍ମକ ପରିବର୍ତ୍ତନ ଆଣିଛି । ବୈଦେଶିକ ମୁଦ୍ରାଭଣ୍ଡାର ପୂର୍ବପେକ୍ଷା ସମୃଦ୍ଧ ହୋଇଛି । ନିଯୁକ୍ତି ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ମୋଦି କହିଛନ୍ତି ଯେ ନିଯୁକ୍ତି ଓ ନିଯୁକ୍ତି କ୍ଷେତ୍ର ସମ୍ପ୍ରସାରିତ ହୋଇଛି । କିନ୍ତୁ ଏହାର ବାସ୍ତବ ଚିତ୍ର ଆସୁନାହିଁ । କେବଳ ସରକାରୀ କିମ୍ବା ସଂଗଠିତ କ୍ଷେତ୍ରର ଚାକିରି ବିଷୟରେ ଗୁରୁତ୍ୱାରୋପ ନ କରି ଅଣସଂଗଠିତ ଓ ଘରୋଇ ଚାକିରି କ୍ଷେତ୍ରକୁ ଦୃଷ୍ଟି ନିବଦ୍ଧ କରିବା ଆବଶ୍ୟକ । ନୁ୍ୟ ଇଣ୍ଡିଆର ନୁ୍ୟ ଇକୋନମି ପାଇଁ ପାରମ୍ପରିକ ନିଯୁକ୍ତି ସୂଚକାଙ୍କ ପଦ୍ଧତି ଉପଯୁକ୍ତ ନୁହେଁ । ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇ ଗୁଣା ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଚାରିସ୍ତରୀୟ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ।

Leave A Reply