ଓଡ଼ିଶା ଆସୁଛନ୍ତି ମୋଦୀ ଓ ରାହୁଲ

0

ଭୁବନେଶ୍ୱର : ଚଳିତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଆସିବେ। ନିଶ୍ଚିନ୍ତକୋଇଲି ପଦଯାତ୍ରାରେ ଯୋଗ ଦେବା ଅବସରରେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଡିସେମ୍ବର ୨୪ ତାରିଖରେ ଓଡ଼ିଶା ଆସିବେ। ଖୋର୍ଦ୍ଧାରେ ଆୟୋଜିତ ହେବାକୁ ଥିବା ଏକ ବିଶାଳ ଜନସମାବେଶରେ ସେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସେହିପରି ଡିସେମ୍ବର ଶେଷ ସପ୍ତାହରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କର ମଧ୍ୟ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏହି ଗସ୍ତ ସମୟରେ ରାହୁଲ ଓଡ଼ିଶାରେ ଦୁଇ ଦିନ ରହିବେ। ତେବେ ସେ ନିର୍ଦ୍ଦିଷ୍ଟ କେଉଁ ତାରିଖରେ ଆସିବେ ତାହା ସ୍ପଷ୍ଟ ହୋଇନି। ପିସିସି ସଭାପତିଙ୍କ କହିବା ଅନୁସାରେ, ରାହୁଲ ୨୨,୨୩ କିମ୍ବା ୨୭,୨୮ରେ ଓଡ଼ିଶା ଗସ୍ତ କରିପାରନ୍ତି।

Leave A Reply