ଜନାଦେଶକୁ ନମ୍ରତାର ସହ ଗ୍ରହଣ କରୁଛୁ: ମୋଦୀ

0

ନୂଆଦିଲ୍ଲୀ: ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପ୍ରାୟ ଚୂଡ଼ାନ୍ତ ହୋଇ ଆସିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ, ଟିଆରଏସ୍‍ ଓ ଏମ୍‍ଏନ୍‍ଏଫ୍‍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହିତ ଜନାଦେଶକୁ ବିନମ୍ରତାର ସହିତ ଗ୍ରହଣ କରିଥିବା କହିଛନ୍ତି। ବିଜେପିର ଗଡ଼ କୁହାଯାଉଥିବା ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କଂଗ୍ରେସ ଶାସନ କ୍ଷମତା ବିଜେପି ହାତରୁ ଛଡ଼ାଇ ଆଣିଛି। ତେଲେଙ୍ଗାନାରେ ଟିଆରଏସ୍‍ ବିପୁଳ ବିଜୟ ଲାଭ କରି ଦ୍ୱିତୀୟ ଥର ପାଇଁ ଶାସନ କ୍ଷମତା ଦଖଲ କରିଛି। ମିଜୋରାମ୍‍ରେ ମିଜୋ ନ୍ୟାଶ୍‍ନାଲ୍‍ ଫ୍ରଣ୍ଟ କଂଗ୍ରେସ ହାତରୁ ଶାସନ କ୍ଷମତା ଛଡ଼ାଇ ଆଣିଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଟ୍ୱିଟ୍‍ କରି କହିଛନ୍ତି ଯେ ହାରିବା ଓ ଜିତିବା ଜୀବନର ଦୁଇଟି ଅବିଚ୍ଛେଦ୍ୟ ଅଙ୍ଗ। ଦେଶର ବିକାଶ ପାଇଁ ଆହୁରି ଦୃଢ଼ ପରିଶ୍ରମ କରିବାକୁ ଆଜିର ନିର୍ବାଚନ ଫଳାଫଳ ଆମକୁ ପ୍ରେରଣା ଦେଇଛି।

Leave A Reply