ଏନ୍‍ଆରଆଇ ଭୋଟରଙ୍କ ଉପରେ ମୋଦିଙ୍କ ଆଖି!

0

ନୂଆଦିଲ୍ଲୀ: ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟ ବା ଏନ୍‍ଆରଆଇଙ୍କ ଭୋଟ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ପଡ଼ିଛି। ଲୋକସଭାରେ ଜନପ୍ରତିନିଧି(ସଂ) ବିଲ୍‍ ପାରିତ ହେବା ପରେ ରାଜନୈତିକ ମହଲରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି।
ଉକ୍ତ ଆଇନ ବଳରେ ଜଣେ ଏନ୍‍ଆରଆଇ ଚାହିଁଲେ ଭାରତରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଭୋଟ ଦାନ ପାଇଁ ଅଧିକୃତ କରିପାରିବେ। ଏହାଦ୍ୱାରା ପ୍ରତି ସଂସଦୀୟ କ୍ଷେତ୍ରରେ ହାରାହାରି ୨୧ ହଜାର ଏନ୍‍ଆରଆଇଙ୍କ ଭୋଟ ମିଳିପାରିବ ବୋଲି ଜଣାପଡ଼ିଛି। ୨୦୧୪ରେ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେବା ପରେ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତ ଅବସରରେ ପ୍ରାୟ ୧ କୋଟି ପ୍ରବାସୀ ଭାରତୀୟଙ୍କ ସହିତ ମିଶିଛନ୍ତି ଏବଂ ସେମାନଙ୍କୁ ସମ୍ବୋଧିତ କରିଛନ୍ତି। ତେଣୁ ନିର୍ବାଚନ ବେଳେ ସେହି ସବୁ ଏନ୍‍ଆରଇଙ୍କ ଭୋଟ ମୋଦି ବା ତାଙ୍କ ଦଳ ବିଜେପିକୁ ଆସିବା ସମ୍ଭାବନା ଅଧିକ। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ବିଦେଶରେ ରହୁଥିବା ଏନଆରଆଇଙ୍କୁ ପ୍ରଭାବିତ କରିବାର ସୁଯୋଗ ଅନ୍ୟ ଦଳୀୟ ନେତାଙ୍କ ପାଖରେ ନଥିବାରୁ ଏ କ୍ଷେତ୍ରରେ ନରେନ୍ଦ୍ର ମୋଦି ହିଁ ସବୁଠାରୁ ଅଧିକ ଏନ୍‍ଆରଇ ଭୋଟ ହାସଲ କରିପାରିବେ ବୋଲି କୁହାଯାଉଛି। ଦୂରଦୃଷ୍ଟି ସମ୍ପନ୍ନ ନରେନ୍ଦ୍ର ମୋଦି ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ୨୦୧୪ରୁ ହିଁ ବିଦେଶରେ କ୍ୟାମ୍ପେନିଂ ଆରମ୍ଭ କରିଦେଇଥିବା ରାଜନୈତିକ ମହଲାରେ ଆଲୋଚନା ହେଉଛି।

Leave A Reply