ସିମ୍‍ କାର୍ଡ ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ

0

ନୂଆଦିଲ୍ଲୀ: ମୋବାଇଲ ସେବା ପ୍ରଦାନ କରୁଥିବା କମ୍ପାନୀମାନେ ମୋବାଇଲ୍‍ ନମ୍ବର ସହିତ ଆଧାର ନମ୍ବର ସଂଯୋଗ କରିବା ପାଇଁ ଉପଭୋକ୍ତାଙ୍କୁ ବାଧ୍ୟ କରିପାରିବେ ନାହିଁ। ଏହି ନିର୍ଦେଶ ଜାରି କରିଛନ୍ତି କେନ୍ଦ୍ର ସରକାର। ସବୁ କ୍ଷେତ୍ରରେ ଆଧାର ପାଇଁ ଯୁକ୍ତି ଉପସ୍ଥାପନ କରି ଆସୁଥିବା କେନ୍ଦ୍ର ସରକାରଙ୍କ ଏହି ପରିବର୍ତ୍ତିତ ଆଭିମୁଖ୍ୟର କାରଣ ଜଣାପଡ଼ି ନ ଥିଲେ ମଧ୍ୟ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥାଇପାରେ ବୋଲି ଆଲୋଚନା ହେଉଛି। ମୋବାଇଲ୍‍ ସିମ୍‍ କାର୍ଡ କିଣିବା ବେଳେ ଉପଭୋକ୍ତାଙ୍କ ପରିଚୟ ପତ୍ର ଭାବରେ ଆଧାର କାର୍ଡ ବଦଳରେ ପୂର୍ବଭଳି ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ ଆଦିକୁ ଗହଣ କରିବାକୁ ଟେଲିକମ୍‍ ଅପରେଟରଙ୍କୁ କେନ୍ଦ୍ର ଟେଲିକମ୍‍ ସଚିବ ଅରୁଣା ସୁନ୍ଦରାରାଜନ୍‍ ନିର୍ଦେଶ ଦେଇଛନ୍ତି। ଏହି ନିର୍ଦେଶକୁ ତତ୍କାଳ ଲାଗୁ କରିବାକୁ କୁହାଯାଇଛି। ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦେଶ ସତ୍ତେ୍ୱ ଦେଶର କେତେକ ସ୍ଥାନରେ ଆଉଟ୍‍ଲେଟ୍‍ରେ ଆଧାର ନମ୍ବର ନଥିଲେ ସିମ୍‍ କାର୍ଡ ଦେବା ପାଇଁ ମନା କରାଯାଉଥିବା ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା।

Leave A Reply