୫୦ କୋଟି ମୋବାଇଲ ନମ୍ବର ଅଚଳ ସଂପର୍କୀତ ଖବରରେ ସତ୍ୟତା ନାହିଁ : ସରକାର

0

ନୂଆଦିଲ୍ଲୀ : ଦେଶର ୫୦ କୋଟି ମୋବାଇଲ ନମ୍ବରକୁ ଅଚଳ କରାଯିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟର ସତ୍ୟତା ନାହିଁ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।  ନୂଆଦିଲ୍ଲୀରେ ଟେଲି ଯୋଗାଯୋଗ ବିଭାଗ ଓ ଭାରତୀୟ ଏକକ ପରିଚୟ ପତ୍ର ପ୍ରାଧିକରଣ (ୟୁଆଇଡିଏଆଇ) ଏକ ମିଳିତ ବିବୃତ୍ତିରେ ଏହି ଖବରକୁ ଭିତ୍ତିହୀନ ଓ ଗୁଜବ ବୋଲି ଦର୍ଶାଇଛନ୍ତି। ଏହି ଖବର ଦ୍ୱାରା ମୋବାଇଲ ଉପଭୋକ୍ତାଙ୍କ ମଧ୍ୟରେ ଅଯଥା ଭୟ ଓ ଆତଙ୍କ ଖେଳାଇ ଦିଆଯାଇଛି।
ଉଭୟ ସଂସ୍ଥା ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ଆଧାରକାର୍ଡ଼ ଆଧାରରେ ମିଳିଥିବା ମୋବାଇଲ ନମ୍ବର ଗୁଡ଼ିକୁ ଅଚଳ କରିବାପାଇଁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇ ନାହାନ୍ତି । ଟେଲି ଯୋଗାଯୋଗ ବିଭାଗ ଓ ୟୁଆଇଡିଏଆଇ ଆଧାର ମାମଲା ଉପରେ ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତି ଅନୁସାରେ ମୋବାଇଲ ଆପ୍‍ ମାଧ୍ୟମରେ ନୂଆ ସିମ୍‍ କାର୍ଡ଼ ପ୍ରଦାନ କରିବାପାଇଁ ଏକ ଡିଜିଟାଲ ପ୍ରକ୍ରିୟା ବିକଶିତ କରୁଛନ୍ତି । ଏହି ପ୍ରକ୍ରିୟା ମାଧ୍ୟମରେ ଜଣେ ବ୍ୟକ୍ତିର ଲାଇଭ ଫଟୋ, ସମୟ, ଭୌଗୋଳିକ ସ୍ଥାନ ସଂପର୍କରେ ସୂଚନା ଦିଆଯିବ। ୱାନ ଟାଇମ ପାସ ୱାର୍ଡ଼ ବା ଓଟିପି ଦ୍ୱାରା ସିମ କାର୍ଡ଼ ଗୁଡ଼ିକୁ ପ୍ରମାଣିତ କରାଯିବ।

Leave A Reply