ଏମକେସିଜି ମେଡ଼ିକାଲ କଲେଜ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

0

ବ୍ରହ୍ମପୁର: ଏମକେସିଜି ମେଡ଼ିକାଲ କଲେଜ ସମ୍ମୁଖରେ ଦୁଇ ସପ୍ତାହ ଧରି ଡ଼ିଏମ୍ଏଲ୍ଟିର ଛାତ୍ରଛାତ୍ରୀମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନରେ ବସିଛିନ୍ତି । ବ୍ରହ୍ମପୁର ମେଡ଼ିକାଲ କଲେଜ ସମେତ ବୁର୍ଲା ଓ କଟକର ଛାତ୍ରଛାତ୍ରୀମାନେ ମଧ୍ୟ ସେମାନଙ୍କ କଲେଜ ସମ୍ମୁଖରେ ଆନ୍ଦୋଳନ ଚଳାଇଛନ୍ତି । ଶିକ୍ଷାମନ୍ତ୍ରୀ ଓ କଲେଜ କର୍ତ୍ତୃପକ୍ଷ ସେମାନଙ୍କର ଦାବି ପ୍ରତି କର୍ଣ୍ଣପାତ ନଥିବା ଛାତ୍ରଛାତ୍ରୀମାନେ କହିଛନ୍ତି । ଏପରିକି ସେମାନଙ୍କ ସହ ଆଲୋଚନା କରିବା ପାଇଁ ମଧ୍ୟ କେହି ଆସିନଥିବା ସେମାନେ ଅଭିଯୋଗ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ଛାତ୍ର କଂଗ୍ରେସର ସଭାପତି ଇତିଶ୍ ପ୍ରଧାନ ବ୍ରହ୍ମପୁର ଆସି ଧାରଣାରତ ଛାତ୍ରଛାତ୍ରୀଙ୍କୁ ଭେଟି ତାଙ୍କ ସହ ଆଲୋଚନା କରିଛନ୍ତି । ତୁରନ୍ତ ଦାବି ପୂରଣ ନହେଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ କରାଯିବ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି । ଏହି ଅବସରରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଦୀପକ ପଟ୍ଟନାୟକ, ଅନ୍ୟତମ କାର୍ଯ୍ୟକାରୀ ସଭାପତି ପିତବାସ ପଣ୍ଡା, ଯୁବ ନେତା ବିଶ୍ୱଜିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply