ବିଶ୍ବ କପ୍ ହକି ଅଵସରରେ କୋଣାର୍କ ଏନଏସିରେ ଗଣ ଦୌଡ଼

0

କୋଣାର୍କ :  ରାଜ୍ୟ ଯୁବ କଲ୍ୟାଣ ପରିଷଦ ସହାୟତାରେ କୋଣାର୍କ ଏନଏସି ଵିଜୁ ଯୁଵ ଵାହିନୀ ପକ୍ଷରୁ ହକି ଵିଶ୍ବ କପ ପରିପ୍ରେକ୍ଷୀରେ ରବିବାର  ଏକ ଗଣ ଦୌଡ଼ ଅନୁଷ୍ଠିତ ହୋଇଯାଇଛି। ଏହି ଗଣ ଦୌଡ଼କୁ କୋଣାର୍କ ଥାନା ଅଧିକାରୀ ସଂଜୀବ କୁମାର ପ୍ରଧାନ ଓ ଶୋଭନୀୟ ଶିକ୍ଷାଶ୍ରମର ଅଧ୍ୟକ୍ଷା ଋକ୍ମଣୀ ଦେଵୀ ମିଳିତ ଭାବରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

କୋଣାର୍କ ଏନଏସି କାର୍ଯାଳୟ ଠାରୁ ଏହି ଗଣ ଦୌଡ଼ ଆରମ୍ଭ ହୋଇ ସୂର୍ଯ୍ୟ ମନ୍ଦିର ମୁଖ୍ୟ ଫାଟକ ସମ୍ମୁଖରେ  ପହଞ୍ଚିଥିଲା। ଏହି କାର୍ଯ୍ୟକ୍ରମରେ କୋଣାର୍କ ଏନଏସି ଵିଜୁ ଯୁଵ ଵାହିନୀର ୧୦୦ରୁ ଉର୍ଦ୍ଧ୍ଵ ଯୁଵକ ଯୁଵତୀ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ କୋଣାର୍କ ଏନଏସି ଵିଜୁ ଯୁଵ ବାହିନୀର ସଭାପତି ସୁବାସ ବେହେରା, ସଂଯୋଜକ ବିଶ୍ୱଜିତ ଦାଶ, ସମାଜସେବୀ ରାମକୃଷ୍ଣ ମହାନ୍ତି, ପୂର୍ଣ ଚନ୍ଦ୍ର ଦଳାଇ ଓ ପୂର୍ବତନ କାଉନସିଲର ପ୍ରତାପ ଚନ୍ଦ୍ର ଗୋଛାୟତ ପ୍ରମୁଖ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଏମ. ଶ୍ରୀ ନିବାସ ସହଯୋଗ କରିଥିଲେ।

Leave A Reply