ଭାରତୀୟ ବଜାରକୁ ଆସିଲା ‘ୱାଇୟୁ ଏସିଇ’

0

ନୂଆଦିଲ୍ଲୀ : ମାଇକ୍ରୋମାକ୍ସ ସ୍ମାର୍ଟଫୋନ୍‍ କମ୍ପାନୀ ଭାରତୀୟ ବଜାରରେ ‘ୱାଇୟୁ ଏସିଇ’ ନାମକ ଏକ ନୂଆ ସ୍ମାର୍ଟଫୋନ୍‍ ଲଞ୍ଚ୍‍ କରିଛି। ଏହି ଫୋନ୍‍ରେ କମ୍ପାନୀ ତରଫରୁ ୧୮:୯ ଆସପେକ୍ଟ ରେଶିୟୋ ଥିବା ଡିସପ୍ଲେ ଦିଆଯାଇଛି। ଏହାସହିତ ଏଥିରେ ୪୦୦୦ଏମ୍‍ଏଚ୍‍ ବ୍ୟାଟେରୀ ଦିଆଯାଇଛି। ଫୋନ୍‍ରେ ଆଣ୍ଡ୍ରଏଡ୍‍ ଓରିୟୋ ୮.୧ ପାଇପାରିବେ। ଏହି ଫୋନ୍‍କୁ ଫ୍ଲିପକାର୍ଟରୁ କିଣିପାରିବେ। କମ୍ପାନୀ ତରଫରୁ କୁହାଯାଇଛି ୱାଇୟୁ ଏସିଇକୁ ଆଣ୍ଡ୍ରଏଡ୍‍ ଅପଡେଟ୍‍ ମିଳିବ।
‘ୱାଇୟୁ ଏସିଇ’ ଫୋନ୍‍ର ବିଶେଷତ୍ୱ
ଫୋନ୍‍ରେ ଡୁଆଲ ସିମ ସପୋର୍ଟ, ଆଣ୍ଡ୍ରଏଡ ଓରିୟୋ ୮.୧ ଏବଂ ୫.୪୫ଇଞ୍ଚ୍‍ର ଏଚ୍‍ଡି ପ୍ଳସ୍‍ ଡିସ୍‍ପ୍ଲେ ପାଇପାରିବେ ଯାହାର ରିଜୋଲ୍ୟୁସନ୍‍ ୭୨୦/୧୪୪୦ ପିକ୍ସଲ୍‍। ଏହାର ଆସପେକ୍ଟ ରେଶିୟୋ ୧୮:୯ ରହିଛି। ଫୋନ୍‍ରେ ମେଡିଆଟେକର କ୍ୱାଡକୋର ଏମ୍‍ଟି ୬୭୩୯ପ୍ରୋସେସର୍‍, ୨ଜିବି ରାମ୍‍ ଏବଂ ୧୬ଜିବି ଷ୍ଟୋରେଜ୍‍ ପାଇପାରିବେ। ଏହାବ୍ୟତୀତ ଫୋନ୍‍ରେ ୧୩ମେଗାପିକ୍ସେଲର ରିୟର କ୍ୟାମେରା ଏବଂ ୫ମେଗାପିକ୍ସେଲର ଆଗପଟ କ୍ୟାମେରା ଦିଆଯାଇଛି। ଫୋନ୍‍ର ପଛପଟେ ଟିପଚିହ୍ନ ସେନ୍‍ସର ପାଇପାରିବେ। ଏହାସହିତ ଫୋନ୍‍ରେ ସଂଯୋଗପାଇଁ ୪ଜି ଭିଓଏଲଟିଇ, ୱାଇ-ଫାଇ, ବ୍ଲୁଟୁଥ ଏବଂ ୩.୫ଏମ୍‍ଏମର ହେଡଫୋନ୍‍ ଜ୍ୟାକ୍‍ ପାଇପାରିବେ।
‘ୱାଇୟୁ ଏସିଇ’ର ମୂଲ୍ୟ
ଏହାର ୨ଜିବି ରାମ, ୧୬ଜିବି ଷ୍ଟୋରେଜ୍‍ ମଡେଲ୍‍ର ମୂଲ୍ୟ ୫,୯୯୯ଟଙ୍କା। ଏହାର ୩ଜିବି ମଡେଲର ଫୋନ୍‍ ସେପ୍ଟେମ୍ବର ମାସ ଶେଷ ଶୁଦ୍ଧା ବଜାରକୁ ଆସିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି। ଏହି ଫୋନ୍‍ ସେପ୍ଟେମ୍ବର ମାସ ୬ତାରିଖ ୧୨ଟା ସମୟରୁ ଅନଲାଇନ୍‍ରେ ଉପଲବ୍ଧ ହେବ। ସେପ୍ଟେମ୍ବର ୧୨ତାରିଖରେ ଫୋନ୍‍ ଦ୍ୱିତୀୟ ଥରପାଇଁ ଅନଲାଇନ୍‍ରେ ଉପଲବ୍ଧ ହେବ। ଏହାବ୍ୟତୀତ ଫୋନ୍‍କୁ ଖୋଲା ବଜାରରୁ କିଣିପାରିବେ।

Leave A Reply