ମେସ୍କିକୋରେ ବିମାନ ଦୁର୍ଘଟଣାଗ୍ରସ୍ତ ୮୫ ଆହତ

0

ମେସ୍କିକୋ : ମେସ୍କିକୋର ଡୁରାଙ୍ଗୋ ରାଜ୍ୟରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୮୫ ଜଣ ଆହତ ହୋଇଥିବା ଜଣାପଡିଛି। ବିମାନଟି ଉଡ଼ାଣ ଆରମ୍ଭ କରୁଥିବାବେଳେ ଏକ ବଡ଼ଧରଣର ଝଡ଼ର ଶିକାର ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୮୫ ଜଣ ଆହତ ହୋଇଥିବାର ଆଶଙ୍କା କରାଯାଉଛି। ବିମାନରେ ୯ ଜଣ ଶିଶୁ,୨ ନବଜାତକଙ୍କ ସମେତ ମୋଟ ୯୯ ଜଣ ଯାତ୍ରୀ ଓ ୪ ଜଣ ବିମାନ କର୍ମଚାରୀ ଥିବା ଦେଶର ପରିବହନ ମନ୍ତ୍ରୀ କହିଛନ୍ତି। ସ୍ଥାନୀୟ ସମୟ ଅପରାହ୍ଣ ୪ଟା ସମୟରେ ଭିକ୍ଟୋରିଆ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ସେହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆହତମାନଙ୍କ ମଧ୍ୟରୁ ୪୯ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିମାନର ପାଇଲଟ ଏବଂ ଅନ୍ୟ ଜଣେ ଯାତ୍ରୀଙ୍କ ଅବସ୍ଥା ଗୁରୁତର ବୋଲି ଜଣାପଡ଼ିଛି।

Leave A Reply