ଅସ୍ତ୍ରବିରତିକୁ ଉଭୟ ସମ୍ମାନ ଜଣାଇବା ଉଚିତ: ମେହବୁବା

0

ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବାକୁ ହେଲେ ଉଭୟ ପକ୍ଷ ଅସ୍ତ୍ରବିରତି ରାଜିନାମାକୁ ସମ୍ମାନ ଜଣାଇବା ଦରକାର ବୋଲି ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କହିଛନ୍ତି। ପାକିସ୍ତାନ ନିୟମିତ ଭାବେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଭାରତ ସୀମାକୁ ଗୁଳିଗୋଳା ମାଡ କରୁଥିବାବେଳେ ମେହବୁବା ଏପରି ନିବେଦନ କରିଛନ୍ତି। ଚଳିତବର୍ଷ ଏପ୍ରିଲ ସୁଦ୍ଧା ପାକିସ୍ତାନ ପଟୁ ୬୫୦ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଗଲାଣି। ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ ଉପରେ ଭାରତ ପକ୍ଷରୁ ମଧ୍ୟ କଡା ଜବାବ ଦିଆଯାଉଛି। ଏହାଦ୍ୱାରା ସୀମାରେ ଶାନ୍ତି ଭଙ୍ଗ ହେଉଛି। ସୀମାରେ ଶାନ୍ତି ପ୍ରତିଷ୍ଠା କରିବାକୁ ହେଲେ ଉଭୟ ପକ୍ଷ ଅସ୍ତ୍ରବିରତିକୁ ସମ୍ମାନ ଜଣାଇବା ଦରକାର ବୋଲି ମେହବୁବା କହିଛନ୍ତି। ଉଭୟ ଦେଶ ଏପରି ପରିବେଶ ସୃଷ୍ଟି କରିବା ଦରକାର ଯଦ୍ଦ୍ୱାରା ଇଦ୍‌ ଓ ଅମରନାଥ ଯାତ୍ରା ସୁରୁଖୁରୁରେ ହୋଇପାରିବ।

Leave A Reply