ଡାକ୍ତରଖାନା ସମ୍ମୁଖ ଟ୍ରାଫିକ ସମସ୍ୟା ଦୂର କଲେ ସ୍ଵେଚ୍ଛାସେବୀ

0

ସୁଆଣ୍ଡୋ : ଭୁବନେଶ୍ବର–ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଥିବା ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପ୍ରବେଶ ପଥକୁ ଗୁରୁବାର ସତ୍ୟବାଦୀର ତିନିଜଣ ସ୍ୱେଚ୍ଛାସେବୀ ଓ ସ୍ଥାନୀୟ ଦୁଇଜଣ ପୋଲିସଙ୍କ ସହାୟତାରେ ଅବରୋଧ ମୁକ୍ତ କରିଛନ୍ତି। ଆଜି ସକାଳୁ ସୁରେଶ କୁମାର ସାହୁ, ଦୂର୍ଗେଶ କୁମାର ମିଶ୍ର, ରମା ବଲ୍ଲଭ ବରାଳ ପ୍ରମୁଖ ଯୁବକ ମାନେ ସତ୍ୟବାଦୀ ଥାନା ଆଇଆଇସିଙ୍କ ସହଯୋଗ ନେଇ ଦୁଇଜଣ ପୋଲିସଙ୍କ ସହାୟତାରେ ଡାକ୍ତରଖାନାର ପ୍ରବେଶଦ୍ଵାର ନିକଟରେ ଉପସ୍ଥିତ ରହିଥିଲେ। ଡାକ୍ତରଖାନା ପରିସରେ ସାଇକେଲ ଓ ବାଇକ ଗୁଡିକ ରାସ୍ତା ଅବରୋଧ ତଥା ଏଣେତେଣେ ନରଖି ଷ୍ଟାଣ୍ଡରେ ରଖିବା ପାଇଁ ଜନ ସଚେତନତା ସୃଷ୍ଟି କରିଥିଲେ । ଯାହାଦ୍ୱାରା କି ଆଜି ଡାକ୍ତରଖାନା ପ୍ରବେଶ ପଥ ସଂପୂର୍ଣ୍ଣ ଅବରୋଧ ମୁକ୍ତ ହୋଇ ପାରିଛି । ସାତଦିନ ଧରି ଏହି କାର୍ୟ୍ୟକ୍ରମ ଚାଲୁ ରହିବ ବୋଲି ଯୁବକ ମାନଙ୍କ ଠାରୁ ପ୍ରକାଶ। ଏହି କାର୍ଯ୍ୟକୁ ଜନସାଧାରଣ ପ୍ରଶଂସା କରୁଥିବା ଦେଖା ଯାଇଛି ।

Leave A Reply