ଏମକେସିଜି ମେଡ଼ିକାଲ କଲେଜର ଛାତ୍ରଛାତ୍ରୀଙ୍କ ଦ୍ବାରା ବିକ୍ଷୋଭ ପ୍ରଦର୍ଶନ

0

ବ୍ରହ୍ମପୁର: ୫ ଦଫା ଦାବି ପୂରଣ ନେଇ ଆନ୍ଦୋଳନ ଚଳାଇଥିବା ଡ଼ିଏମ୍ଏଲଟି ଓ ଡ଼ିଏମ୍ଆରଟି ଛାତ୍ରଛାତ୍ରୀଙ୍କ ଧାରଣା ଜାରି ରହିଛି । ଏମକେସିଜି ମେଡ଼ିକାଲ କଲେଜ ସମେତ ବୁର୍ଲା ଓ ସମ୍ବଲପୁରର ଏହି ଛାତ୍ରଛାତ୍ରୀମାନେ ମଧ୍ୟ ସେମାନଙ୍କ ଧାରଣା ଚଳାଇଛନ୍ତି । ସ୍ୱାସ୍ଥ୍ୟସେବାକୁ ଘରୋଇକରଣ ପ୍ରତିବାଦରେ ଏବଂ ବେଆଇନ ଘରୋଇ ଲ୍ୟାବ୍ ଓ ପରୀକ୍ଷାକେନ୍ଦ୍ର ଗୁଡ଼ିକୁ ବନ୍ଦ କରିବା ପାଇଁ ଦାବି କରି ସେମାନେ ଏହି ଆନ୍ଦୋଳନ ଚଳାଇଛନ୍ତି । ଆଜି ବ୍ରହ୍ମପୁରର ଧାରଣାରତ ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ସହର ପରିକ୍ରମା କରି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Leave A Reply