ଖଟିଆରେ ବୁହା ହୋଇ ଡାକ୍ତରଖାନାକୁ ଗଲେ ବୃଦ୍ଧ

0

ଗଞ୍ଜାମ: ସରକାର ଆମ ଗାଁ ଆମବିକାଶ ମାଧ୍ୟମରେ ଗ୍ରାମାଞ୍ଚଳରେ ଅନେକ ବିକାଶ କରାଯାଇଥିବା ବାହସ୍ପଟ ମାରୁଛନ୍ତି । ହେଲେ ବାସ୍ତବିକ ହେଇଛି ନା ନାହିଁ ତାହା କିଛି ଘଟଣା ଦେଖିଲେ ସ୍ୱଷ୍ଟ ହୋଇ ଯାଉଛି। ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ କୁଡୁତେଇ ପଞ୍ଚାୟତର ହଜପଲ୍ଲୀ ଗାଁ ର ଦୃଶ୍ୟ । ଜଣେ ବୃଦ୍ଧ ନିଜ ଗାଁ ରୁ କୁଡୁତେଇ କିରୋସିନ ଆଣିବା ପାଇଁ ଯାଇଥିଲେ। ଗାଁକୁ ରାସ୍ତା ନଥିବ ଯୋଗୁଁ ସେ ଦେଢ଼ କିଲୋମିଟର ବିଲ ହିଡରେ ଯାଇଥିଲେ । ଯିବା ସମୟରେ ରାସ୍ତାରେ ପଡି ଗୋଡ଼ ଏବଂ ଦେହର ଅନେକ ଅଂଶ ଭୀଷଣ କ୍ଷତ ହୋଇପଡିଥିଲା । ସେଠାରୁ କିଛି ଲୋକ ଖଟିଆରେ କଡୁତେଇକୁ ଦେଢ କିଲୋମିଟର ଦୂର ବୋହି ଡାକ୍ତରଖାନାକୁ ନେଇଥିଲେ।

Leave A Reply