ସେହ୍ବାଗଙ୍କ ପରି ବ୍ୟାଟିଂ କରିପାରନ୍ତି ମୟଙ୍କ: ପ୍ରଶିକ୍ଷକ

0

ବାଙ୍ଗାଲୋର : ବୁଧବାର ମେଲ୍‌ବୋର୍ଣ୍ଣରେ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଟେଷ୍ଟ ଖେଳିବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି ଟେଷ୍ଟରେ ମୟଙ୍କ ଅଗ୍ରୱାଲ ଇନିଂସ ଓପନ୍ କରିବେ ବୋଲି ଭାରତୀୟ ଦଳ ଘୋଷଣା କରିଛି। ହନୁମା ବିହାରୀଙ୍କ ସହ ମୟଙ୍କ ଓପ୍‌ନର ଭାବେ ଖେଳିବେ। ଏହ ଖବର ମୟଙ୍କଙ୍କ ପ୍ରଶିକ୍ଷକ ଇର୍ଫାନ୍ ସୈତ୍‌ଙ୍କୁ ଉଲ୍ଲସିତ କରିଛି ଏବଂ ସୈତ୍ କହିଛନ୍ତି ଯେ ସେହ୍ବାଗଙ୍କ ଭଳି ବିସ୍ଫୋରକ ଇନିଂସ ସେ ମୟଙ୍କଙ୍କଠାରୁ ଆଶା ରଖିଛନ୍ତି।
ଇର୍ଫାନ୍ ସୈତ୍ କହିଛନ୍ତି, ବୁଧବାର ମୟଙ୍କ ମେଲ୍‌ବୋର୍ଣ୍ଣରେ ସେହ୍ବାଗଙ୍କ ପରି ଇନିଂସ ଖେଳିବେ ବୋଲି ଆଶାରଖିଛି। ସେହ୍ବାଗଙ୍କ ସହ ମୟଙ୍କଙ୍କୁ ତୁଳନା କରୁନାହିଁ। ​‌​ତେବେ ସେହ୍ବାଗ ବେଳେବେଳେ ବେପରୁଆ ବ୍ୟାଟିଂକରି ୱିକେଟ ଫିଙ୍ଗିଥାଆନ୍ତି। ହେଲେ ମୟଙ୍କ ସେପରି ନୁହନ୍ତି। ସେ ବହୁତ ଗମ୍ଭୀରତାର ସହ ବ୍ୟାଟିଂ କରିଥାଆନ୍ତି। ଘରୋଇ କ୍ରିକେଟ୍‌ରେ ହଜାର ହଜାର ରନ୍‌କରି ମୟଙ୍କ ଅଗ୍ରୱାଲ ଭାରତୀୟ ଟେଷ୍ଟ ଦଳ​‌େ​‌ର ସ୍ଥାନ ପାଇଛନ୍ତି। ତାଙ୍କ ବ୍ୟାଟିଂ ଶୈଳୀ ବିଷୟରେ ପ୍ରଶିକ୍ଷକ ସୈତ୍ କହନ୍ତି, ବଲ୍‌କୁ ଦିଗ ଦେଖାଇବାରେ ମୟଙ୍କ ବିଶ୍ବାସ କରନ୍ତି ନାହିଁ। ସେ ବଲ୍‌କୁ ଜୋର୍‌ରେ ପ୍ରହାର କରିଥାଆନ୍ତି। ତେଣୁ ଜୀବନର ପ୍ରଥମ ଟେଷ୍ଟମ୍ୟାଚ୍ ଖେଳୁଥିଲେ ମଧ୍ୟ ମୟଙ୍କ ଦବିକରି ଖେଳିବେନାହିଁ। ମୁଁ ଆଶାରଖିଛି ଯେ ମେଲ୍‌ବୋର୍ଣ୍ଣ ଟେଷ୍ଟରେ ସେ ତାଙ୍କ ଭଲ ଫର୍ମ ଜାରିରଖିବେ ଏବଂ ଆକ୍ରମଣାତ୍ମକ ବ୍ୟାଟିଂକରିବେ। ବ୍ୟାଟ୍‌କୁ ବଲ୍ ଜୋର୍‌ରେ ଆସିବାକୁ ମୟଙ୍କ ପସନ୍ଦ କରିଥାଆନ୍ତି। ପୁଣି ସର୍ଟ ବଲ୍‌କୁ ସେ କଟ୍ ଓ ପୁଲ୍‌ ସଟ୍ ମାରିପାରନ୍ତି। ଗତବର୍ଷ ରଣଜୀ ଟ୍ରଫିରେ କର୍ଣ୍ଣାଟକ ପାଇଁ ଖେଳି ମୟଙ୍କ ଗୋଟିଏ ତ୍ରିଶତକ ଏବଂ ୩ଟି ଶତକ ସହ ୭୬.୪୬ ଆଭ୍‌ରେଜ୍‌ରେ ୧୦୦୩ ରନ୍ କରିଥିଲେ।

Leave A Reply