ଏନଏସଏ ଲାଗୁ ପ୍ରସଙ୍ଗରେ କଂଗ୍ରେସ, ବିଜେପିକୁ ମାୟାବତୀଙ୍କ ସମାଲୋଚନା

0

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ଦୁଇଟି ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏନଏସଏ(ଜାତୀୟ ସୁରକ୍ଷା ଆଇନ) ଲାଗୁ କରାଯିବା ପ୍ରସଙ୍ଗରେ ବିଏସପି ମୁଖ୍ୟ ମାୟାବତୀ ଉଭୟ ବିଜେପି ଓ କଂଗ୍ରେସକୁ ସମାଲୋଚନା କରିଛନ୍ତି। ମଧ୍ୟପ୍ରଦେଶରେ ନୂଆକରି ସରକାର ଗଠନ କରିଥିବା କଂଗ୍ରେସ ଖାଣ୍ଡୱା ସହରରେ ଗୋ-ହତ୍ୟା କରି ଗିରଫ ହୋଇଥିବା ୩ ମୁସଲମାନ ବ୍ୟକ୍ତିଙ୍କ ବିରୋଧରେ ଏନଏସଏ ଲାଗୁ କରିଛି। ବିଜେପି ଭଳି କଂଗ୍ରେସ ମଧ୍ୟ ସମାନ ପନ୍ଥା ଗ୍ରହଣ କରିଛି ବୋଲି ମାୟାବତୀ କହିଛନ୍ତି। ସେହିପରି ଉତ୍ତରପ୍ରଦେଶରେ ବିଜେପି ସରକାର ଆଲିଗଡ଼ ମୁସଲିମ ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ଜାତୀୟତା ବିରୋଧୀ ସ୍ଲୋଗାନ ଦେଉଥିବା ଅଭିଯୋଗରେ ୧୪ ଛାତ୍ରଙ୍କୁ ଗିରଫ କରିଛି। ସେମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଉଭୟ ଘଟଣାକୁ ରାଜ୍ୟ ସରକାରମାନଙ୍କ ଆତଙ୍କର ଉଦାହରଣ ବୋଲି ମାୟାବତୀ ଦର୍ଶାଇବା ସହ ଏହା ନିନ୍ଦନୀୟ ବୋଲି କହିଛନ୍ତି।

Leave A Reply