ବଦଳିବ ମାଟ୍ରିକ୍ ପରୀକ୍ଷା ଢାଞ୍ଚା

0

କଟକ: ଆସନ୍ତା ୨୦୨୦-୨୧ରୁ ମାଟ୍ରିକ୍ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ ଅଣାଯିବ । ଓଏମ୍‌ଆର୍‌ ସିଟ୍ ଓ ମଲ୍ଟିପୁଲ୍‌ ସଂକ୍ଷିପ୍ତ ପ୍ରଶ୍ନୋତ୍ତର ଢାଞ୍ଚା ଉଠିଯିବ। ୫୦ ମାର୍କର ଅବ୍‌ଜେକ୍‌ଟିଭ୍‌ ଓ ୫୦ ମାର୍କ ସବ୍‌ଜେକ୍ଟିଭ୍ ପ୍ରଶ୍ନ ରହିବ । ଛାତ୍ରଛାତ୍ରୀଙ୍କୁ ଅବ୍‌ଜେକ୍‌ଟିଭ୍‌ରେ ୧୫ ଓ ସବ୍‌ଜେକଟିଭ୍‌ରେ ୧୫ ନମ୍ୱର ରଖିବାକୁ ପଡ଼ିବ । ତେବେ ୨୦୧୯ ବର୍ଷର ମାଟ୍ରିକ୍‌ ପରୀକ୍ଷାର ଢାଞ୍ଚାରେ ମଧ୍ୟ  ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଏଥିରେ ୩ଟି ସେଟ୍ ବଦଳରେ ୪ଟି ପ୍ରଶ୍ନ ସେଟ୍ ରହିବ । ସେହିପରି ଚଳିତ ବର୍ଷ ନବମ ଶ୍ରେଣୀରେ ୫୦ ମାର୍କର ଅବ୍‌ଜେକ୍‌ଟିଭ୍‌ ଓ ୫୦ ମାର୍କ ସବ୍‌ଜେକ୍ଟିଭ୍ ଢାଞ୍ଚାରେ ପରୀକ୍ଷା ହେବ ବୋଲି ଗୁରୁବାର ମାଧ୍ୟମିକ ଶିକ୍ଷା ବୋର୍ଡ ଅଧ୍ୟକ୍ଷା ଜାହାନ ଆରା ବେଗମ୍‌ ସୂଚନା ଦେଇଛନ୍ତି ।

Leave A Reply