୨୮ରେ କେରଳ ଛୁଇଁବ ମୌସୁମୀ

0

ନୂଆଦିଲ୍ଲୀ : ଚଳିତମାସ ଶେଷ ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବ ବୋଲି ଘରୋଇ ପାଣିପାଗ ଏଜେନ୍ସି ସ୍କାଏମେଟ କହିଛି। ସ୍କାଏମେଟ୍‍ର ପୂର୍ବାନୁମାନ ଅନୁଯାୟୀ ମେ ୨୮ରେ ଏହା କେରଳ ଛୁଇଁବ। ମେ ୨୦ରେ ଏହା ଆଣ୍ଡାମାନ ନିକୋବର ଦୀପପୁଞ୍ଜ ଓ ୨୪ରେ କେନ୍ଦ୍ରୀୟ ବଙ୍ଗୋପସାଗର ଦେଇ ଶ୍ରୀଲଙ୍କାରେ ପହଞ୍ଚିବ । ସ୍କାଏମେଟର ଉପାଧ୍ୟକ୍ଷ ମହେଶ ପାଲାୱତ କହିଛନ୍ତି ଯେ ଜୁନ୍‍ ୧ରେ ଏହି ମୌସୁମୀ ବାୟୁ କେରଳରେ ପହଞ୍ଚିବାର ଥିଲା; ମାତ୍ର ଏହା ତିନିଦିନ ଆଗୁଆ ପହଞ୍ଚିବାର ପୂର୍ବାନୁମାନ କରାଯାଇଛି। ଚଳିତବର୍ଷ ସ୍ୱାଭାବିକ ମୌସୁମୀ ବର୍ଷା ହେବ ବୋଲି ପୂର୍ବରୁ ସ୍କାଏମେଟ୍‍ ଓ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିସାରିଛି।

Leave A Reply