ମଙ୍ଗୁମଠ ସୁରକ୍ଷା ପାଇଁ ଶିଖ୍ ଗୁରୁଦ୍ୱାର କମିଟିର ଦାବି

0

ପୁରୀ: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଥିବା ମଙ୍ଗୁମଠ ସୁରକ୍ଷା ପାଇଁ ଜିଲାପାଳଙ୍କୁ ଅନୁରୋଧ କରିଛି ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନ କମିଟି । ମଠର ଐତିହ୍ୟ ସଂରକ୍ଷଣ ପାଇଁ ସେମାନେ ଦାବି କରିଛନ୍ତି। ଶ୍ରୀମନ୍ଦିର ୭୫ ମିଟର ସୁରକ୍ଷା ଜୋନରେ ଥିବା ମଙ୍ଗୁମଠ ଉଚ୍ଛେଦ କରାଗଲେ ଗୁରୁ ନାନକଙ୍କ ଶ୍ରୀକ୍ଷେତ୍ର ଆଗମନ ସ୍ମୃତି ଲୋପ ପାଇଯିବ ବୋଲି ସେମାନେ ଆଶଙ୍କା କରିଛନ୍ତି ।

ମଙ୍ଗୁମଠରେ ପୂଜା ପାଉଥିବା ଠାକୁରଙ୍କୁ ମନ୍ଦିର କିମ୍ୱା ମହନ୍ତଙ୍କ ଗାଦିସ୍ଥାନ ଭଙ୍ଗାଯିବ ନାହିଁ ବୋଲି ଜିଲାପାଳ ବଳଓ୍ୱନ୍ତ ସିଂହ କହିଛନ୍ତି। ମଠତଳେ ଥିବା ଦୋକାନଘର ଗୁଡ଼ିକ ସମେତ ବେଆଇନ ଭାବେ ନିର୍ମିତ ଭକ୍ତନିବାସ ଉଚ୍ଛେଦକରାଯିବ । ମଠର ଏୈତିହ୍ୟ ସଂରକ୍ଷଣ  କରାଯିବ ସହ ଶିଖ୍ ଗୁରୁଙ୍କ ପରାମର୍ଶ ନିଆଯିବ ବୋଲି ଜିଲାପାଳ ଶ୍ରୀ ସିଂହ ପ୍ରକାଶ କରିଛନ୍ତି । ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଅଞ୍ଚଳରେ ବିକାଶ ପାଇଁ ପ୍ରସ୍ତୁତ କରାଯାଇଥିବା ଯୋଜନା ସମ୍ପର୍କରେ ସେ ଦିଲ୍ଲୀ ଶିଖ୍ ଗୁରୁଦ୍ୱାର ପରିଚାଳନା କମିଟି ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ।

Leave A Reply