ଆମ୍ବକୁ କେବଳ ଖାଆନ୍ତୁ ନାହିଁ, ମୁହଁ ଓ କେଶରେ ମଧ୍ୟ ଲଗାନ୍ତୁ : ମିଳିବ ଏହି ଲାଭ

0

ଗ୍ରୀଷ୍ମ ଋତୁର ସୁସ୍ୱାଦୁ ଓ ପୁଷ୍ଟିକର ଫଳ ଆମ୍ବ କେବଳ ଖାଇବା ପାଇଁ ନୁହେଁ ବରଂ କେଶ ଓ ମୁଖର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମଧ୍ୟ ମହୌଷଧି ଭଳି କାମ ଦେଇଥାଏ। ଏହା ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଯେ ଆମ୍ବ ଖାଇବା ଦ୍ୱାରା ମୁହଁରେ ବ୍ରଣ କିମ୍ବା ଦାଗ ହୋଇଥାଏ, ବରଂ ବାସ୍ତବରେ ଆମ୍ବ ମୁହଁରେ ଚମକ ଆଣିବାରେ ସହାୟକ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଆମ୍ବର ଏହି ଉପଚାର ଓ ଉପକାର ବିଷୟରେ :
– ଆମ୍ବର ମଣ୍ଡ ବା ଆମ୍ବ ରସକୁ ଅଣ୍ଡାର ଧଳା ଅଂଶ ସହ ମିଶାଇ ମୁହଁରେ ଲଗାଇବା ଦ୍ୱାରା ଚର୍ମରେ ପଡ଼ିଥିବା କୁଞ୍ଚନ ଦୂର ହୋଇଥାଏ। ଏହି ମିଶ୍ରଣକୁ ମୁହଁରେ ୩୦ ମିନିଟ୍‍ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ ଓ ତା’ପରେ ଧୋଇ ଦିଅନ୍ତୁ। ଏଥିରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ୍‍ ଓ କୋଲେଜେନ୍‍ ମୁହଁରୁ କୁଞ୍ଚନ ଦୂର କରିଥାଏ। ଭଲ ପରିଣାମ ପାଇବା ପାଇଁ ଏହି ମିଶ୍ରଣକୁ ସପ୍ତାହକୁ ଥରେ ଲଗାନ୍ତୁ।
– ଆମ୍ବ ଚୋପାର ପାଉଡ଼ରକୁ ଗହମର ଅଟା ସହ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ମୁହଁରେ ୧୫ ମିନିଟ୍‍ ଲଗାଇ ରଖନ୍ତୁ ଓ ତା’ପରେ ଧିରେଧିରେ ହାତରେ ରଗଡ଼ି ସଫା କରନ୍ତୁ। ଏହାଛଡ଼ା ଆମ୍ବ ଶସ ସହ ବାଦାମ ପାଉଡ଼ର ଓ କ୍ଷୀର ମିଶାଇ ପେଷ୍ଟ ତିଆରି କରନ୍ତୁ ଓ ଏହାଦ୍ୱାରା ମୁହଁକୁ ସଫା କରନ୍ତୁ। ଏହା ମୁହଁ ପାଇଁ ବହୁ ଲାଭଦାୟକ ହୋଇଥାଏ।
– କେଶରେ ଆମ୍ବ ଶସ ସହିତ ଦହି ଓ ଅଣ୍ଡାର ହଳଦିଆ ଅଂଶ ମିଶାଇ ପେଷ୍ଟ ତିଆରି କରି ଲଗାନ୍ତୁ। ଏହାକୁ ୩୦ ମିନିଟ୍‍ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ ଓ ତା’ପରେ ଧୋଇ ଦିଅନ୍ତୁ। ଏହାଦ୍ୱାରା କେଶ ଚମକଦାର ଓ କୋମଳ ହେବା ସହ ଜଟା ହେବା ବନ୍ଦ ହୋଇ ଯାଇଥାଏ।

Leave A Reply