ବିମାନବନ୍ଦରରେ ଯଶୋଦାବେନ୍‌ଙ୍କ ସହ ମମତା ବାନାର୍ଜୀଙ୍କ ଅଚାନକ ସାକ୍ଷାତ

ଯଶୋଦାବେନ୍‌ଙ୍କୁ ଶାଢ଼ି ଉପହାର ଦେଲେ ମମତା ବାନାର୍ଜୀ

0

କଲକାତା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ ଆଲୋଚନା ନିମିତ୍ତ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ତେବେ ଦିଲ୍ଲୀ ଯିବା ପୂର୍ବରୁ ଦମ୍‌ଦମ୍‌ ବିମାନବନ୍ଦରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପତ୍ନୀ ଯଶୋଦାବେନ୍‌ଙ୍କ ସହ ହଠାତ୍‌ ସାକ୍ଷାତ ହୋଇଥିଲା। ଦୁହେଁ ପରସ୍ପରକୁ ସ୍ବାଗତ ଜଣାଇଥିଲେ। ତେବେ କେବଳ ସୌଜନ୍ୟ ବିନିମୟ ନୁହେଁ; ଯଶୋଦାବେନ୍‌ଙ୍କୁ ଉପହାର ସ୍ବରୂପ ସୁଶ୍ରୀ ବାନାର୍ଜୀ ଏକ ସୁନ୍ଦର ଶାଢ଼ି ମଧ୍ୟ ଦେଇଥିଲେ।
ଜଣାପଡ଼ିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପତ୍ନୀ ଯଶୋଦାବେନ୍‌ ଗତକାଲି ଆସାନ୍‌ସୋଲ୍‌ର କଲ୍ୟାଣେଶ୍ବରୀ ମନ୍ଦିରକୁ ଆସିଥିଲେ। ଆଜି ମୋଦୀଙ୍କ ଜନ୍ମଦିନ ଥିବାରୁ ସେ ସେଠାରେ ପୂଜା ଦେଇଥିଲେ। ତେବେ ସେ କେତେବେଳେ ଏଠାକୁ ଆସିଥିଲେ ଏବଂ କେଉଁ ସମୟରେ ପୂଜା ଦେଇଥିଲେ ସେ ସମ୍ବନ୍ଧରେ ରାଜ୍ୟ ବିଜେପି ନେତୃବୃନ୍ଦ କିଛି ଜାଣି ପାରି ନ ଥିଲେ।

Leave A Reply