ବିଜୟ ମାଲ୍ୟାଙ୍କ ଜେଲ କୋଠରୀରେ ରହିବା ଟିଭି,ବ୍ୟକ୍ତିଗତ ଶୌଚାଳୟ ଓ ସୂର୍ଯାଲୋକର ବ୍ୟବସ୍ଥା!

0

ଲଣ୍ଡନ.-   ମଦ ସମ୍ରାଟ ବିଜୟ ମାଲ୍ୟା ଟଙ୍କା ଦୁର୍ନୀତି ମାମଲାରେ ଛନ୍ଦି ହେବାପରେ ଲଣ୍ଡନକୁ ଚାଲିଯାଇଛନ୍ତି । ଏବେ ତାଙ୍କର ପ୍ରତ୍ୟାର୍ପଣ ପାଇଁ ଏହି ଦୁର୍ନୀତି ମାମଲାରେ ତଦନ୍ତ କରୁଥିବା ସିବିଆଇ  ଚେଷ୍ଟା କରୁଛି ।  ଏବେ ସେଠାକାର ଅଦାଲତରେ  ପ୍ରତ୍ୟାର୍ପଣ ମାମଲାର ଶୁଣାଣୀ ଚାଲିଛି ।

ବିଜୟ ମାଲ୍ୟାଙ୍କ ଓକିଲ ଭାରତର ଜେଲମାନଙ୍କର ଦୂରାବସ୍ଥା ବର୍ଣ୍ଣନା କରି ତାଙ୍କର ମହକିଲକୁ ଭାରତକୁ ପ୍ରତ୍ୟାର୍ପଣ କରା ନଯାଉ ବୋଲି ଯୁକ୍ତି ବାଢିଥିଲେ । ଏବେ   ସିବିଆଇ ପକ୍ଷରୁ ଦାଖଲ କରାଯାଇଥିବା ଏକ ଭିଡିଓରେ ମାଲ୍ୟାଙ୍କ ପାଇଁ ଥିବା ଜେଲ୍‌ କୋଠରୀରେ  ଟିଭି ରହିଥିବା ସହ ଏକ ବ୍ୟକ୍ତିଗତ ଶୌଚାଳୟ ରହିଥିବାର ଦୃଶ୍ୟ ରହିଛି । ଏହା ସହ ତାଙ୍କ କୋଠରୀରେ ପ୍ରଚୁର ସୂର୍ଯ୍ୟାଲୋକ ପଡୁଛି । ମାଲ୍ୟା  ଚାହିଁଲେ ସେଠାରେ ଥିବା ପାଠାଗାରରେ ପଢି ପାରିବେ ଓ ବ୍ୟାୟାମ କରିବା ପାଇଁ ବ୍ୟବସ୍ଥା କରାଯାଇଥିବା ଏହି ଭିଡିଓରେ ଦର୍ଶାଯାଇଛି ।

Leave A Reply