ଶହୀଦ୍‍ ମାନଙ୍କ ସ୍ମୃତିରେ ଗଣଦୌଡ ଓ ଦୀପଦାନ

0

ମାଲକାନଗିରି : ଶହୀଦ ମାନଙ୍କ ସ୍ମୃତିଚାରଣ ଉଦେଶ୍ୟରେ ମାଲକାନଗିରି ପୁଲିସ ତରଫରୁ ଏକ ଗଣଦୌଡର ଆୟୋଜନ କରାଯାଇଥିଲା। ଏହି ଗଣଦୌଡ କାର୍ଯ୍ୟକ୍ରମ ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ସୁବାଷ ବୋଷ ଛକରୁ ଆରମ୍ଭ ହୋଇ ଜିଲା ପୁଲିସ ପଡିଆରେ ସମାପ୍ତ ହୋଇଥିଲା। ଉପଖଣ୍ଡିୟ ଜିଲା ପୁଲିସ ଅଧିକାରୀ ଡ. ସରବଣ ବିବେକ ଏମ୍‍ ସବୁଜ ପତାକା ଦେଖାଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଗଣଦୌଡରେ ଜିଲାର ବହୁ ବୁଦ୍ଧିଜୀବି, ମହାବିଦ୍ୟାଳୟ ଓ ବିଦ୍ୟାଳୟ ଛାତ୍ରଛାତ୍ରୀ, ପୁଲିସ କର୍ମଚାରୀ ଆଦି ଯୋଗ ଦେଇଥିଲେ। ଗଣଦୌଡକୁ ଜିଲା ଯୁବ ରେଡକ୍ରସ ଆବାହକ ତଥା ସମ୍ପାଦକ ରଞ୍ଜନ କୁମାର ସ୍ୱାଇଁ ପରିଚାଳନା କରିଥିଲେ। ସେହିପରି ସନ୍ଧ୍ୟାରେ ଜିଲା ନଗରଭବନ ଠାରୁ ଏକ ଦୀପଦାନ ପରିକ୍ରମା କରି ଶହିଦସ୍ତମ୍ବରେ ଦୀପ ଦାନ କରିଥିଲେ। ଜିଲାର ଏସ୍‍ପି ଜଗମୋହନ ମିନା କାର୍ଯ୍ୟକ୍ରମରେ ଯୋଗଦେଇ ଶହୀଦମାନଙ୍କ ଅବଦାନ ସମ୍ପର୍କରେ ଅବଗତ କରାଇଥିଲେ।

Leave A Reply