ମାଲକାନଗିରି ମହାବିଦ୍ୟାଳୟରେ ଛାତ୍ର ଆନ୍ଦୋଳନ

0

ମାଲକାନଗିରି – ମାଲକାନଗିରି ମହାବିଦ୍ୟାଳୟରେ ଆଜି ଛାତ୍ରଛାତ୍ରୀଙ୍କ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରି ଅନିର୍ଧିଷ୍ଟ କାଳ ପାଇଁ ବନ୍ଦ କରିବାକୁ ଚେତାବନୀ ଦିଆଯାଇଥିଲା। ମାଲକାନଗିରି ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ର ପ୍ରାୟ ୮୫ ପ୍ରତିଶତ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ବିଶ୍ୱବିଦ୍ୟାଳୟ ପକ୍ଷରୁ ତୃଟିପୂର୍ଣ ମୁଲ୍ୟାଙ୍କନ ଯୋଗୁଁ ଫେଲ୍‍ କରାଯାଇଥିବା ଛାତ୍ରଛାତ୍ରୀମାନେ କହିଛନ୍ତି। ତେଣୁ ଏଥିପାଇଁ ବିଶ୍ୱବିଦ୍ୟାଳୟର ପରୀକ୍ଷା ନୀରିକ୍ଷକ ଦାୟୀ ବୋଲି ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀମାନେ ଏଠାରେ ତୃଟିପୁର୍ଣ ମୁଲ୍ୟାଙ୍କନ ଯୋଗୁଁ ବାଣିଜ୍ୟ ଓ କଳାର ୩୫୦ ଛାତ୍ରଛାତ୍ରୀରୁ ୩୦୦ ଜଣଙ୍କୁ ଓଡିଆ, ଇତିହାସ, ଇଂରାଜୀ, ବାଣିଜ୍ୟ ପରୀକ୍ଷାରେ ଅତି କମ୍‍ ୦ ନମ୍ବର ଦିଆଯାଇଛିା ତେଣୁ ପୁନଃ ମୁଲ୍ୟାଙ୍କନ କରାଯାଇ ସମସ୍ତ ଛାତ୍ରଛାତ୍ରୀଙ୍କୁ ପାସ୍‍ କରିବା ପର୍ଯ୍ୟନ୍ତ ଅନିର୍ଧିଷ୍ଟ କାଳ ପାଇଁ ମାଲକାନଗିରି କଲେଜ ବନ୍ଦ ରହିବ ବୋଲି ଚେତାବନୀ ଦିଆଯାଇଛିା

Leave A Reply