ବଣ୍ଡାଘାଟିରେ ଇଟାଲୀୟ ଦମ୍ପତ୍ତି

0

ମାଲକାନଗିରି : ମାଲକାନଗିରି ଜିଲା ବଣ୍ଡା ଘାଟିରେ ଇଟାଲୀୟ ଦମ୍ପତ୍ତିଙ୍କୁ ମାଲକାନଗିରି ପ୍ରଶାସନ ଅଟକ ରଖିଥିଲା। ଇଣ୍ଡିକୋ ସେସୋଦି ଓ ଫ୍ରାଙ୍କ ସାଖା ନାମକ ଏହି ଦମ୍ପତ୍ତି ବଣ୍ଡା ଘାଟିରେ ବୁଲୁଥିଲେ। ସୂଚନା ଅନୁସାରେ ଏହି ଦମ୍ପତ୍ତି ଇଗନୋ କର୍ମଚାରୀଙ୍କ ସହାୟତାରେ ବଣ୍ଡାଘାଟି ଯାଇଥିଲେ। ଏ ନେଇ ସ୍ଥାନୀୟ ଲୋକେ ପୁଲିସ ଓ ଜିଲା ପ୍ରଶାସନକୁ ଖବର ଦେଇଥିଲେ। ଖବର ପାଇ ଖଇରପୁଟ ତହସିଲଦାର ପହଞ୍ଚି ଜିଲା ପ୍ରଶାସନ ପାଖକୁ ନେଇଥିଲା। ଗୃହ ବିଭାଗର ସ୍ୱୀକାର ନ ପାଇ ସେମାନେ ବଣ୍ଡାଘାଟି ଆସିଥିବା ଜଣାପଡିଥିଲା। ପୂର୍ବ ଅନୁମତି ବିନା ଉକ୍ତ ଅଞ୍ଚଳରେ ପ୍ରବେଶ କରିବା ନିଷିଦ୍ଧ ବୋଲି ଉଭୟଙ୍କୁ ଜଣାଇବା ସହ ଭବିଷ୍ୟତରେ ଏପରି ନ କରିବା ପାଇଁ କୁହାଯାଇଛି।

Leave A Reply