ବିଜେଡିରେ ନୂତନ ସମୀକରଣ, ଗଣେଶ ଓ ପ୍ରଭାକରଙ୍କ ଉପରେ ଭରଷା କଲେ ମୁଖ୍ୟମନ୍ତ୍ରୀ

0

ମାଲକାନଗିରି : ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ନୂଆ କମିଟି ଗଠନ ହେବାପରେ ଏଥିରେ ଦୁଇ ନୂଆ ମୂହଁ ଉପରେ ଭରସା କରିଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ । ବିଜେଡି ନେତା ଗଣେଶ ମଣ୍ଡଳଙ୍କୁ କାର୍ଯ୍ୟକାରୀ ସଭାପତି ଏବଂ ଅନ୍ୟତମ ନେତା ପ୍ରଭାକର ପ୍ରଧାନକୁ ସାଧାରଣ ସମ୍ପାଦକ ଦାୟିତ୍ୱ ଦିଆ ଯାଇଛି ।  ଏହି ଦାୟିତ୍ୱରେ ପୂର୍ବରୁ ଗୋପାଳକୃଷ୍ଣ ପଣ୍ଡା ରହିଥିଲ । ସେହିପରି ବହୁ ନୂଆ ମୁହଁକୁ ନୁଆ ଦାୟିତ୍ୱ ଦିଆ ଯାଇଛି  ଗତ ପଂଚାୟତ ନିର୍ବାଚନରେ ଜିଲ୍ଲାରେ ଦୁଇଟି ନିର୍ବାଚନ ମଣ୍ଡଳୀରେ ବିଜେଡିର ସୋଚନୀୟ ପରାଜୟ ହୋଇଥିବା ବେଳେ ଏଥିନେଇ ରାଜ୍ୟ ବିଜେଡି ପକ୍ଷରୁ ସମୀକ୍ଷା କରାଯାଇଥିଲ।। ସେହିପରି ଦଳୀୟ ସ୍ଥିତିକୁ ସୁଦୃଢ କରିବା ପାଇଁ ପ୍ରୟାସ କରାଯାଇଛି । ଦଳରେ ବହୁ ନୁଆ ମୁହଁକୁ କମିଟିରେ ସ୍ଥାନ ଦେବା ସହ ଆଗାମୀ ଦିନରେ ପୂର୍ବସ୍ଥିତି କିଭଳି ଦୁଇଟି ନିର୍ବାଚନ ମଣ୍ଡଳୀରେ ବଜାୟ ରହିବ ସେଥିନେଇ ପଦକ୍ଷେପ ଗ୍ରହଣ କରା ଯାଇଛି । ବହୁ ନୁଆ ମୁହଁକୁ ସ୍ଥାନ ଦିଆ ଯାଇଛି ଏବଂ ପ୍ରାୟ ଯୁବ ଗୋଷ୍ଠିକୁ ଏଥର ବିଜେଡି ପୁନର୍ଗଠିତ ସ୍ଥାନ ମିଳିଛି । ତେବେ ଆଜି ଏକ ପ୍ରେସ୍‍ ବିଜ୍ଞପ୍ତିରେ ଉଭୟ ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତି ସହ ସାଧାରଣ ସମ୍ପାଦକ ପ୍ରଭାକର ପ୍ରଧାନଙ୍କ ଉପରେ ମୁଖ୍ୟମନ୍ତ୍ରୀ ଏହି ଗୁରୁ ଦାୟିତ୍ୱ  ଦେଇଥିବା ବେଳେ, ସେ ରାଜ୍ୟ ବିଜେଡିର ଏହି ଭରଷାକୁ ବଜାୟ ରଖିବା ସହ ସଂଗଠନକୁ ମଜବୁତ କରିବେ ବୋଲି କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

 

Leave A Reply