ଆଦର୍ଶ ଥାନାର ମାନ୍ୟତା ପାଇଲା ମାଲକାନଗିରି ଥାନା

0

ମାଲକାନଗିରି : ମଙ୍ଗଳବାର ରାଜ୍ୟର ୬ ଟି ଥାନାକୁ ଆଦର୍ଶ ଥାନା ଭାବେ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂଧ୍ୟା ୬ ଟାରେ ଭୂବନେଶ୍ୱରରେ ଭିଡ଼ିଓ କଂନଫେରସିଗଂ ଜରିଆରେ ଉଦ୍ଘାଟନ କରିଥିଲେ। ସେହିପରି ମାଲକାନଗିରି ଥାନା ପରିସରରେ ଏସ୍ ପି ଜଗମୋହନ ମୀନାଙ୍କ ଅଧକ୍ଷତାରେ ମାଲକାନଗିରି ବିଧାୟକ ମାନସମାଡ଼କାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମୀ, ପି.ଡି.ଡି ଆର.ଡି ଏ.ଲିଗଂରାଜ ପଣ୍ଡା, ଏସ୍ ଡି ପି ଓ.ଏ ଶ୍ରାବଣା, ଡି ଏଫ୍ ଓ.ମିରାସେ, ଆଇ.ଆଇ.ସି, ସମୈନ୍ଦ୍ର ତ୍ରୀପାଠି, ପ୍ରମୁଖ ଆମ ପୋଲିସ ସମିତିର କର୍ମକର୍ତ୍ତା, ଓ ବହୁ ପୋଲିସ ଅଧିକାରୀ ଯୋଗଦେଇଥିଲେ, ସରକାରଙ୍କ ପକ୍ଷରୁ ଏହି ଥାନାକୁ ଅଧିକ ଅଧିକାରୀ ଓ ଯାନବାହାନ ଯୋଗାଇଦିଆଯିବ ବୋଲିଏସ.ପି ମିନା କହିଛନ୍ତି।

Leave A Reply