ଜାତୀୟ ସ୍ତରୀୟ କର୍ମଶାଳାରେ ଅଧ୍ୟାପକଙ୍କୁ ସମ୍ବର୍ଦ୍ଧନା

0

ମାଲକାନଗିରି : ଭାରତ ସରକାର ଆଇସିଏସ୍‍ଏସ୍‍ଆର ସହାୟତାରେ ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନରେ ଦୁଇ ସପ୍ତାହବ୍ୟାପୀ ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ଅଧ୍ୟାପକ ରଞ୍ଜନ କୁମାର ସ୍ୱାଇଁଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି।
ସୂଚନାଯୋଗ୍ୟ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନର ମାନବିକ ଓ ସାମାଜିକ ବିଭାଗ ତରଫରୁ ଏହି କାର୍ଯ୍ୟକ୍ରମ ନଭେମ୍ବର ୯ ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ଆସିଥିବା ୨୫ଜଣ ଅଧ୍ୟାପକ ଏବଂ ସହ-ଅଧ୍ୟାପକ ନିଜ ସମ୍ବନ୍ଧୀୟ ପାଠ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏନଆଇଟି ରାଉଲକେଲା ନିର୍ଦ୍ଦେଶକ ପ୍ରଧ୍ୟାପକ ସିମାଞ୍ଚଳ ପାଣିଗ୍ରାହି, ଡଃ ନିରଞ୍ଜନ ସେଠୀ, ମାନବିକ ଓ ସାମାଜିକ ବିଭାଗ ମୁଖ୍ୟ ନିହାର ରଞ୍ଜନ ମିଶ୍ର, କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ପ୍ରଧ୍ୟାପକ ଯୋଗଦେଇ ଥିଲେ। ଅଧ୍ୟାପକ ସ୍ୱାଇଁ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ ବିଷୟରେ ନିଜର ପାଠ ପ୍ରଦାନ କରିଥିଲେ। ଅଧ୍ୟାପକ ସ୍ୱାଇଁଙ୍କ ଏହି ସଫଳତାକୁ ନେଇ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀ, ଅଧ୍ୟାପକ ଉମେଶ ଚନ୍ଦ୍ର ରାଉତ, ରବିନ୍ଦ୍ର ପ୍ରସାଦ ସାହୁ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।

Leave A Reply